ଜଗତସିଂହପୁରରେ ଏସିଡ୍ ମାଡ, ପରିବାର ସ୍ୱାମୀ, ସ୍ତ୍ରୀ, ଝିଅ ଉପରେ ଆକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରରେ ଏସିଡ୍ ମାଡ । ପାରିବାରିକ ଗଣ୍ଡଗୋଳକୁ ନେଇ ଏସିଡ୍ ମାଡ କରାଯାଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଆକ୍ରମଣକାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ବେଳେ ସେମାନଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ଥାନାଗଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏସିଡ୍ ମାଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତିର୍ତ୍ତୋଲ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours