ଝାରସୁଗୁଡା ଉପନିର୍ବାଚନ: ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଟଙ୍କଧରଙ୍କ ନାମରେ ମୋହର ମାରିଛି । ଏବିଭିପିରୁ କାର୍ଯ୍ୟ ଆରମ୍ଭ କରିଥିଲେ ଟଙ୍କଧର । ପରେ ତାଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଦାୟୀତ୍ୱ ଦିଆଯାଇଥିଲା । ଏବେ ତାଙ୍କୁ ଦଳ ପ୍ରାର୍ଥୀ କରିଛି । ଝାରସୁଗୁଡା ଉପନିର୍ବାଚନରେ ବିଜେଡି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସୁନ୍ଦରଗଡ ଜିଲ୍ଲାରେ ଜନ୍ମିତ ତ୍ରିପାଠୀ ଯୁବ ବୟସରୁ ହିଁ ନିଜର ସାଂଗଠନିକ ଦକ୍ଷତା ତଥା ଦେଶ ସେବାର ପ୍ରେରଣା ପାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ସହଯୋଗ ଦେଖି ବିଜେପି ତାଙ୍କୁ ସଂଗଠନାତ୍ମକ କାର୍ଯ୍ୟଭାର ଦେଇଥିଲା । ପରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିଲେ ।

You May Also Like

More From Author

+ There are no comments

Add yours