ରାଜ୍ୟରେ କ୍ଷୀପ୍ର ଗତି ମୁହାଁ କରୋନା ସଂକ୍ରମଣ ଗ୍ରାଫ୍

ରାଜ୍ୟରେ କ୍ଷୀପ୍ର ଗତି ଧରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ସର୍ତକର ଘଣ୍ଟି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ, କଟକ ଜିଲ୍ଲାରୁ ୨୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୮, ବଲାଙ୍ଗୀର ଜିଲ୍ଲାରୁ ୧୩ଜଣ ରହିଛନ୍ତି । ସେପଟେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ଆକ୍ସନକୁ ଆସିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୫୦ ହଜାର କୋରବିଇଭ୍ୟାକ୍ସ ଟିକା ପ୍ରଦାନ କରିବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସଂକ୍ରମଣକୁ ନଜରରେ ରଖି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆରମ୍ଭ ହୋଇଛି ୨ଦିନିଆ ମକଡ୍ରିଲ୍‌ । ହସ୍ପିଟାଲ୍‌ରେ କୋଭିଡ ଶଯ୍ୟାଠାରୁ ଆରମ୍ଭ କରି, ଔଷଧ, ଅକ୍ସିଜେନ୍‌ କେତେ ମହଜୁଦ ରହିଛି, ତାହା ଉପରେ ସମୀକ୍ଷା କରାଯାଇଛି ।

You May Also Like

More From Author

+ There are no comments

Add yours