ଅର୍ଚ୍ଚନାଙ୍କୁ ଜାମିନ

ଅର୍ଚ୍ଚନା ନାଗଙ୍କୁ ଜାମିନ । ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ତାଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ମାତ୍ର ଗୋଟିଏ ମାମଲାରେ ତାଙ୍କୁ ବେଲ୍ ମିଳିଛି । ଏହା ସହ ତଦନ୍ତରେ ସହଯୋଗ କରିବା ପାଇଁ ଏବଂ ବାହାରକୁ ନଯିବା ପାଇଁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନାଙ୍କ ବିରୋଧରେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ଥାନାରେ ଏତଲା ଦାଏର କରିଥିଲେ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ଗତ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା । ପରେ ଇଡି ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ନିମ୍ନ ଅଦାଲତରୁ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

You May Also Like

More From Author

+ There are no comments

Add yours