Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବତୀ ଦ୍ୱୟ ବାଲେଶ୍ଵର ଅଞ୍ଚଳର।

ଗତକାଲି ପୁଲିସର ଚଢ଼ାଉ ବେଳେ ସେଠାରେ ଥିବା ଗ୍ରାହକ ଖସି ପଳାଇଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ ଗୋଟିଏ କାର ଜବତ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର। ସେକ୍ସ ରାକେଟ ଚଲାଇବା ଅଭିଯୋଗରେ ଦୁଇ ବର୍ଷ ତଳେ ବି ସେ ଗିରଫ ହୋଇଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ତେବେ ଜେଲ୍‌ରୁ ବାହାରିବା ପରେ ପୁଣି ସେମାନେ ସେକ୍ସ ରାକେଟକୁ ସକ୍ରିୟ କରି ଦେଇଥିଲେ। ଏହି ସେକ୍ସ ରାକେଟରେ ଆଉ କୌଣସି ଲୋକଙ୍କର ସଂପୃକ୍ତି ରହିଛି ନା ନାହିଁ, ସେ ନେଇ ପୁଲିସ ଖୋଳତାଡ଼ କରୁଛି।

Leave a Reply

Your email address will not be published. Required fields are marked *