ପରିବାର ନିୟୋଜନ ଅପରେସନ ପରେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପରିବାର ନିୟୋଜନ ଅପରେସନ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ଜଣଙ୍କ ହେଲେ ସୂର୍ଯ୍ୟତେଯା ବାଦନାୟକ।

ଗତକାଲି କୋରାପୁଟ ଜିଲ୍ଲା ଲମାତପୁଟ ଥାନା ଅନ୍ତର୍ଗତ ମୁଚିମପୁଟର ସୂର୍ଯ୍ୟତେଯା ବଦନାୟକ ପରିବାର ନିୟୋଜନ ଅପରେସନ ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ତାଙ୍କର ଅପରେସନ ହୋଇଥିଲା। ଅପରେସନର କିଛି ସମୟ ପରେ ସୂର୍ଯ୍ୟତେଯାଙ୍କ ମୃତ୍ୟୁ ଘଟିଥିଲା। ତେବେ ଡାକ୍ତରଙ୍କ ଅବହେଳା ପାଇଁ ସୂର୍ଯ୍ୟତେଯାଙ୍କ ମୃତ୍ୟୁ ଘଟିଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

You May Also Like

More From Author

+ There are no comments

Add yours