Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋନପୁର ADMଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରୱାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ରାତିରେ ସେ କାର୍ଯ୍ୟର ଯୋଗ ଦେଇଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ପୂର୍ବରୁ ସରୋଜ ସାମଲଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ଥାନରେ ନରୱାଣେ ନୂଆ ଜିଲ୍ଲାପାଳ ଭାବେନିଯୁକ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *