ନିପନ୍ ଇସ୍ପାତ କାରଖାନା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ ।
ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ କମ୍ପାନୀ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

You May Also Like

More From Author

+ There are no comments

Add yours