Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ଦିନ ଆସାମର ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ଏପ୍ରିଲ୍‌ ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ଆସାମ ଗସ୍ତରେ ଯିବେ। ଏପ୍ରିଲ୍‌ ୭ ତାରିଖ ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ-୨୦୨୩’ ଉଦ୍‌ଘାଟନ କରିବେ। ପରେ ସେଦିନ ସେ ଗୌହାଟିରେ ‘ମାଉଣ୍ଟ୍‌ କାଞ୍ଚନଜଙ୍ଗା ଏକ୍ସପେଡିସନ୍‌-୨୦୨୩’ର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟ ଗୌହାଟିରେ ସେ ଗୌହାଟି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେବେ।
ଏବଂ ୨୦୨୩, ଏପ୍ରିଲ୍‌ ୮ ତାରିଖ ଦିନ ରାଷ୍ଟ୍ରପତି ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ମୁଖପାତ୍ରଜଣକ କହିଛନ୍ତି।
ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ମଧ୍ୟ ୨୦୦୯ ନଭେମ୍ବର ୨୫ ତାରିଖ ଦିନ ପୁଣେରେ ୩୦ ମିନିଟ୍‌ ଧରି ‘ସୁଖୋଇ ୩୦ ଏମ୍‌କେଆଇ’ ଉଡ଼ାଇଥିଲେ।

ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କଲାମ୍‌ ୨୦୦୬ ଜୁନ୍‌ ୮ ତାରିଖ ଦିନ ପୁଣେ ବାୟୁସେନା ବିମାନ ଘାଟିରୁ ‘ସୁଖୋଇ-୩୦ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇ ଥିଲେ। ଲଢୁଆ ବିମାନ ଚଳାଇବାରେ ସେ ଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି।

Leave a Reply

Your email address will not be published. Required fields are marked *