ମୋଦିଙ୍କ ଡିଗ୍ରୀକୁ ନେଇ କେଜ୍ରିୱାଲଙ୍କ ବୟାନ ପରେ ରାୟ ଦେଲେ ଗୁଜରାଟ ହାଇକୋର୍ଟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାଗିବା ମାମଲାର ରାୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ଶୁକ୍ରବାର କୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ର ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ଗୁଜରାଟ ୟୁନିଭର୍ସିଟିକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜଷ୍ଟିସ ବିରେନ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ତାଙ୍କ ଗ୍ରାଜୁଏଶନ ଡିଗ୍ରୀ ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ । କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରମାଣପତ୍ରର ବିବରଣୀ ମାଗିଥିଲେ ।ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡା ପ୍ରତିକ୍ରିୟା ଦେଇଥିଲେ । ସେ ଟୁଇଟ କରି କହିଥିଲେ, କ’ଣ ଦେଶର ଜନତାଙ୍କୁ ଏହା ଜାଣିବାର ଅଧିକାର ନାହିଁ କି ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଯୋଗ୍ୟତା କେତେ । କୋର୍ଟରେ ସେ ଡିଗ୍ରୀ ଦେଖାଇବାକୁ ଜବରଦସ୍ତ ବିରୋଧ କରିଥିଲେ । କାହିଁକି । ଆଉ ତାଙ୍କ ଡିଗ୍ରୀ ଦେଖିବାକୁ ଦାବି କରିଥିବା ବ୍ୟକ୍ତିଙ୍କ ଉପରେ ଜରିମାନା କରାଯିବ । ଏହା କ’ଣ ଚାଲିଛି । ନିରକ୍ଷର ଅବା କମ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ ।

You May Also Like

More From Author

+ There are no comments

Add yours