Wed. Oct 14th, 2026

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଟିଆଲା ଜେଲରୁ ମୁକ୍ତ ହୋଇପାରନ୍ତି। ସିଦ୍ଧୁଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ଶେୟାର କରାଯାଇଛି। ତେବେ ପଞ୍ଜାବ ସରକାର ଏ ସମ୍ପର୍କରେ ଯଥାର୍ଥ ସୂଚନା ଦେଇ ନ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସିଦ୍ଧୁ ୨୦ ମେ’୨୦୨୨ରୁ ପଟିଆଲା ଜେଲରେ ଅଛନ୍ତି।ନବଜୋତ ସିଂ ସିଦ୍ଧୁଙ୍କୁ ୧୯ ମେ’ ୨୦୨୨ରେ ଏକ ବର୍ଷ ଦଣ୍ଡିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କୁ ୨୦୨୩ ମେ’୧୮ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ।

ଜେଲ ନିୟମ ଅନୁଯାୟୀ, କଏଦୀମାନଙ୍କୁ ପ୍ରତି ମାସରେ ୪ ଦିନ ଛୁଟି ଦିଆଯାଏ। ହେଲେ ସିଦ୍ଧୁ ଗୋଟିଏ ଦିନ ବି ଛୁଟି ନେଇ ନଥିଲେ। ଏଥିଯୋଗୁ ତାଙ୍କର ଦଣ୍ଡାଦେଶ ୪୮ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ଶେଷ ଦିନରେ ସମାପ୍ତ ହୋଇଯିବ।

Leave a Reply

Your email address will not be published. Required fields are marked *