Wed. Oct 14th, 2026

ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ ହୋଇଥାଏ। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି। ପରେ ଘଣ୍ଟ, ଛତ୍ର, କାହାଳିରେ ବିମାନ ବଡୁ ସେବକ ଏହି ବିମାନଟିକୁ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିରକୁ ନେଇକି ଯାଇଥାନ୍ତି। ପାଳିଆ ଖୁଣ୍ଟିଆ ଖଣ୍ଡେ ଅମୁଣିଆ ମାଳ ହାତରେ ନେଇଥାନ୍ତି। ଶ୍ରୀ ଲୋକନାଥଙ୍କୁ ମହାଜନେ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିର ଭିତରକୁ ବିଜେ କରାଇଥାନ୍ତି। ପାଳିଆ ଖୁଣ୍ଟିଆ ଧରିଥିବା ମାଳଟିକୁ ଭିତରଚ୍ଛ ମହାପାତ୍ର ଶ୍ରୀ ଇଶାନେଶ୍ୱରଙ୍କୁ ଲାଗି କଲା ପରେ ସେ ମାଳ ଲୋକନାଥଙ୍କୁ ଲାଗି ହୋଇଥାଏ। ଏହାପରେ ମହାଜନେ ଲୋକନାଥଙ୍କୁ ଆଣି ପାଲିଙ୍କିରେ ବିଜେ କରିଥାନ୍ତି। ପରେ ବିମାନବଡୁ ଏହି ପାଲିଙ୍କିକୁ ସିଂହଦ୍ୱାର ଦେଇ ଜଗନ୍ନାଥ ବଲ୍ଲଭକୁ ନେଇଥାନ୍ତି। ସେଠାରେ ଭୋଗ, ବନ୍ଦାପନା ହୋଇ ଅଶୋକ ମଣୋହି ହୋଇଥାଏ। ଏବଂ ପରେ ଦିଅଁ ଶ୍ରୀମନ୍ଦିରକୁ ବାହୁଡ଼ି ଥାନ୍ତି ।

Leave a Reply

Your email address will not be published. Required fields are marked *