Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ସଙ୍କଳ୍ପ ସତ୍ୟାଗ୍ରହ କରୁଛି । ଏହି ସତ୍ୟାଗ୍ରହରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦୀ ସରକାର ଉପରେ ବର୍ଷିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ବିଜେପି ସବୁବେଳେ ଗାନ୍ଧୀ ପରିବାର ଉପରେ ପରିବାରବାଦ ଏବଂ ବଂଶବାଦର ରାଜନୀତି କରୁଥିବାର ଅଭିଯୋଗ ଲଗାଉଛି । ତେବେ ମୁଁ ପଚାରିବାକୁ ଚାହୁଁଛି କଣ ଶାସକ ବିଜେପି ଭଗବାନ ରାମଙ୍କ ବାବଦରେ ବି ଏହା ଭାବିଥାଏ କି? କଣ ଆପଣ ବି ଭଗବାନ ରାମଙ୍କୁ ପରିବାରବାଦ ପାଇଁ ଦୋଷୀ କହିବେ କି?
ସଙ୍କଳ୍ପ ସତ୍ୟାଗ୍ରହରେ ଭାଷଣ ଦେବା ବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ବିଜେପି ଆମକୁ ପରିବାରବାଦୀ ବୋଲି କହିଥାନ୍ତି, ତେବେ ଭଗବାନ ରାମ ତାହାଲେ କିଏ ଥିଲେ? ଭଗବାନ ରାମଙ୍କୁ ବନବାସ ପଠାଯାଇଥିଲା । ଭଗବାନ ରାମ ନିଜ ପୃଥିବୀ ଏବଂ ପରିବାର ପାଇଁ ଧର୍ମ ପାଳନ କରିଥିଲେ । ତେବେ କଣ ପ୍ରଭୁ ରାମ ପରିବାରବାଦୀ ଥିଲେ? ତେବେ କଣ ପାଞ୍ଚ ପାଣ୍ଡବ ମଧ୍ୟ ପରିବାରବାଦୀ? ଏ ସମସ୍ତେ ନିଜ ପରିବାରର ରକ୍ଷା ଏବଂ ସଂସ୍କାର ପାଇଁ ଲଢେଇ କରିଥିଲେ।

Leave a Reply

Your email address will not be published. Required fields are marked *