Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ହାଇୱାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ, ୧୦ଜଣ ଆହତ । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବସ୍ ମାଲିକ ଓ ଏକ ଛୁଆ ଥିବା ଜଣାଯାଇଛି।

ଭୋର ୪ଟା ସମୟରେ ସି‘ପ୍ରଭା’ ନାମକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ଚାନ୍ଦିପୋଷ ନିକଟ ରାସ୍ତା କଡ଼ରେ ଏକ ହାଇୱା ଖରାପ ହୋଇ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ହାଇୱାକୁ ପଛକୁ ଧକ୍କା ଦେଇଥିଲା। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ବସ୍‌ ଡ୍ରାଇଭର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରଯାଉଛି।

Leave a Reply

Your email address will not be published. Required fields are marked *