ରାୟଗଡାରେ ଅବକାରୀ କନେଷ୍ଟବଳଙ୍କ ଘରୁ ଗଞ୍ଜେଇ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଅବକାରୀ ବିଭାଗରେ କନେଷ୍ଟବଳ ଦୀପକ କୁମାର ପାଣିଗ୍ରାହୀଙ୍କ କସ୍ତୁରୀ ନଗର ବାସଭବନରେ ଚଢାଉପରେ ଏହି ଗଞ୍ଜେଇ ଜବତ କରାଯାଇଛି l ରାୟଗଡା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ ମିଳିତ ଚଢାଉ କରି 42.250 କିଲୋ ଗଞ୍ଜେଇ ଜବତ କରିଛନ୍ତି l ଗଞ୍ଜେଇ ସହ ଗାଡି ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l ଘଟଣା ପରେ ଅବକାରୀ ବିଭାଗର ସୁପରିଟେଣ୍ଡ ଅଭିରାମ ବେହେରା ଦୀପକଙ୍କୁ ଚାକିରୀରୁ ନିଲମ୍ୱିତ କରିଛନ୍ତି l

You May Also Like

More From Author

+ There are no comments

Add yours