Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଗାମ୍ବରୀଗୁଡା ଗ୍ରାମରେ ଏକ ମେଟାଲ ବୋଝେଇ ଟ୍ରାକ୍ଟର ରାସ୍ତା ରୁ ବିଲ ଭିତରେ ଖସିକି ଓଲଟି ପଡିବା ଫଳରେ ଟ୍ରାକ୍ଟର ଚଳାଉ ଥିବା ହେଲଫର ସୁଜିତ ବାଘ ଗୁରୁତର ହୋଇ ପଡିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନେଇ ହେଲଫରର ପରିବାର ତରଫରୁ ସୂଚନା ଦିଆ ଯାଇଛି l ଚିକିତ୍ସା ପରେ ସୁଜିତର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଖାନା ସୂତ୍ର ରୁଜଣା ପଡିଛି l ଏ ନେଇ ଚନ୍ଦାହାଣ୍ଡି ଥାନା ରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ସୂତ୍ରରୁ ଜଣାଯାଇଛି l
ସୂଚନା ମୁତାବିକ ଗମ୍ବାରୀଗୁଡା ଗ୍ରାମର ନରେଶ ସାହୁ ଘର ତିଆରି ପାଇଁ ନିଜର ଓ ଡି 24 – 3228 ନମ୍ବର ଯୁକ୍ତ ଟ୍ରାକ୍ଟର ରେ କଳାହାଣ୍ଡି ଜିଲ୍ଲା ଢ଼େକନା ଗୁଡା ଠାରୁ ହେଲଫର ସୁଜିତ ବାଘ ଆଜି ସନ୍ଧ୍ୟା ୫ ଟା ସମୟରେ ମେଟାଲ ବୋଝେଇକି ଗମ୍ବାରୀଗୁଡା ଆଣୁଥିବା ସମୟରେ ଖଇର ଭାଡି ପାଖ ରାସ୍ତା ବୁଲାଣି ରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟର ବିଲ ଭିତରକୁ ଖସି ଯାଇ ଓଲଟି ପଡିବାରୁ ସୁଜିତ ଗୁରୁତର ହୋଇ ପଡି ଥିଲେ l ସେଠାରେ ଥିବା ଲୋକେ ସୁଜିତ କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ l

By

Leave a Reply

Your email address will not be published. Required fields are marked *