ଓଡ଼ିଶାରେ ସବୁଠୁ ଅଧିକ ଜଳୁଛି ଜଙ୍ଗଲ, ୭ ଦିନରେ ୬୮୨୯ଟି ସ୍ଥାନରେ ନିଆଁ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ଜଙ୍ଗଲୀ ନିଆଁରେ ଓଡିଶାର ରେକର୍ଡ଼ । ଦେଶରେ ସୃଷ୍ଟି ହେଉଥିବା ଜଙ୍ଗଲ ନିଆଁରେ ଓଡ଼ିଶା ଶୀର୍ଷରେ । ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଜଙ୍ଗଲୀ ନିଆଁ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର ୨୧୭ଟି ଚିହ୍ନଟ ହୋଇଛି । ଯେଉଁଥିରେ ୮୮୨ଟି ବଡ଼ଧରଣର ଜଙ୍ଗଲୀ ନିଆଁ ରହିଛି ଯାହାକି ସର୍ବାଧିକ ।
ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ଜଙ୍ଗଲୀ ନିଆଁ ସର୍ବାଧିକ କୋରାପୁଟ ସର୍କଲରେ ଦେଖିବାକୁ ମିଳିଛି । ଏହା ତଳକୁ ବାରିପଦା, ବ୍ରହ୍ମପୁର ଓ ରାଉଲକେଲା ସର୍କଲ ରହିଛି । ଜଙ୍ଗଲରେ ନିଆଁ ଲାଗୁଥିବାବେଳେ କର୍ମଚାରୀଙ୍କ ବହୁ ପରିଶ୍ରମରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ପରେ ମଧ୍ୟ ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି ବନ ବିଭାଗ ।

୭ ଦିନରେ ୬୮୨୯ଟି ସ୍ଥାନରେ ନିଆଁ ଚିହ୍ନଟ । ଚଳିତ ବର୍ଷ ୧୨ ହଜାର ୨୧୭ ସ୍ଥାନରେ ଜଳିଲାଣି ଜଙ୍ଗଲ । ୯୮ଟି ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ । ୪ ମାସ ମଧ୍ୟରେ ଯେତିକି ଜଙ୍ଗଲି ନିଆଁ ଓଡ଼ିଶାରେ ହୋଇଛି ତା ଠାରୁ ଅଧିକ କେବଳ ଗତ ୧୦ ଦିନରେ ହୋଇଛି। ମାର୍ଚ୍ଚ ୩ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଦେଶର ସର୍ବାଧିକ ବଡ଼ଧରଣର ଜଙ୍ଗଲୀ ନିଆଁ ସୃଷ୍ଟି ହୋଇଛି । କର୍ଣ୍ଣାଟକରେ ୨୮୩, ଆନ୍ଧ୍ରପ୍ରଦେଶରେ ୨୬୩,ମଣିପୁରରେ ୧୯୭ଟି ଜଙ୍ଗଲରେ ନିଆଁ ସୃଷ୍ଟି ହୋଇଛି।

You May Also Like

More From Author

+ There are no comments

Add yours