ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଶାରଦା ନାୟକ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହାସହିତ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡ଼ିୟମକୁ ମଧ୍ୟ ଉଦଘାଟନ କରିବେ । ସେଠାରେ ଆୟୋଜିତ ହେଉଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମାର୍ଚ୍ଚ ୧୦ରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚ ରହିବେ । ରାଉରକେଲାରେ ଏହି ପ୍ରୋ ଲିଗର ୬ଟି ମ୍ୟାଚ୍ ଖେଳାଯିବ ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ଥାପିତ ହୋଇଥିବା ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଆଷ୍ଟ୍ରୋ ଟର୍ଫ ଷ୍ଟାଡ଼ିୟମର ଉଦଘାଟନ ମଧ୍ୟ କରିବେ।

You May Also Like

More From Author

+ There are no comments

Add yours