ନବ ଦାସଙ୍କ ହତ୍ୟା ମାମଲା: ଆଉ ମୁହଁ ଖୋଲିବେନି ନରସିଂହ ମିଶ୍ର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ ଆଉ ମୁହଁ ଖୋଲିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ଏନେଇ ଲାଇଭ୍ କାର୍ଯ୍ୟକ୍ରମରେ କହିଛନ୍ତି । ନବ ଦାସଙ୍କ ଉପରେ ତାଙ୍କର ଟିପଣୀକୁ ନେଇ ନବଙ୍କ ଝିଅ ଦିପାଳୀ ଦାସ ଆପତ୍ତି ଉଠାଇବା ପରେ ଏକଥା କହିଛନ୍ତି ନରସିଂହ । ସେ କହିଛନ୍ତି ଯେ, ସ୍ୱର୍ଗତଃ ନବ ଦାସ ତାଙ୍କର ଅତି ଘନିଷ୍ଠ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ।

ସେ ତାଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇନାହାନ୍ତି, ବରଂ କେମିତି ହତ୍ୟାକାରୀ ଧରାପଡ଼ିବ, ଦଣ୍ଠିତ ହେବ, ସେ ସମ୍ପର୍କରେ ଯାହା କିଛି ମତ ରଖିଥିଲେ । କୌଣସି ଜାଗାରେ ସେ ନବ ବାବୁଙ୍କର ଚରିତ୍ର ସଂହାର କରି ନାହାନ୍ତି, ହେଲେ ଯଦି ତାଙ୍କର ଟିପପଣୀ ଯୋଗୁଁ ନବ ଦାସଙ୍କ ଝିଅ ଦିପାଳୀ ଓ ପରିବାର ଲୋକଙ୍କୁ କଷ୍ଟ ଦେଇଛି, ତାହେଲେ ସେ ଦୁଃଖ ବାଲି ନରସିଂହ କହିଛନ୍ତି । ଏହାସହ ନବଙ୍କ ସମ୍ପର୍କରେ ଆଉ କୌଣସି କଥା କହିବି ନାହିଁ ବୋଲି କହିଛନ୍ତି ନରସିଂହ । ଏହାପୂର୍ବରୁ ନରସିଂହ, ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ନବ ଦାସଙ୍କ ଚରିତ୍ର ପ୍ରତି ସେ ଅଙ୍ଗୁଳି ଉଠାଇଥିବାର ଅଭିଯୋଗ ହୋଇଥିଲା ।

You May Also Like

More From Author

+ There are no comments

Add yours