ବାଣ ବିସ୍ଫୋରଣରେ ୪ମୃତ,୪ଗୁରୁତର

ଶବ୍ଦମିଡ଼ିଆ ବ୍ୟୁରୋ:ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୮ ଟା ବେଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଗୁରୁତର ଆହତ ମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାର ପ୍ରୟାସ ଜାରି ରଖିଛନ୍ତି। ୪ଟି ଘର ପୋଡ଼ିଯାଇଥିବାର ଖବର ମିଳିଛି। ତେଣେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଭୁଷଣ୍ଡପୁରରେ ଦୋଳ ମେଳଣ ସମୟରେ ବାଣ ପ୍ରତିଯୋଗିତା ହୋଇଥାଏ। ଏହି କାରଣରୁ ବହୁ ସଂଖ୍ୟରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି।

You May Also Like

More From Author

+ There are no comments

Add yours