ଭୋଟ୍ ଦେଉଛି ମେଘାଳୟ, ନାଗାଲାଣ୍ଡ

ଶବ୍ଦମିଡ଼ିଆ ବ୍ୟୁରୋ: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟକୁ ମିଶାଇ ମୋଟ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ମେଘାଳୟର ୫୯ ଟି ସିଟ୍ ଏବଂ ନାଗାଲାଣ୍ଡରେ ସମାନ ସଂଖ୍ୟକ ସିଟ୍ ପାଇଁ ସକାଳୁ ସକାଳୁ ମତଦାନ କରୁଛନ୍ତି ଲୋକେ । ଧାଡିରେ ଆସି ପରିଚୟ ପତ୍ର ଦେଖାଇ ନେତା ବାଛୁଛନ୍ତି ଦୁଇ ରାଜ୍ୟର ଲୋକେ ।
ଉଭୟ ରାଜ୍ୟକୁ ମିଶାଇ ୫୫୦ ରୁ ଅଧିକ ପ୍ରାର୍ଥୀ ବିବାଦରେ ଅଛନ୍ତି । ମାର୍ଚ୍ଚ ୨ରେ ମେଘାଳୟ, ନାଗାଲାଣ୍ଡ ଏବଂ ଅନ୍ୟ ଏକ ରାଜ୍ୟ ତ୍ରିପୁରା ପାଇଁ ଭୋଟ୍ ଗଣତି ହେିବ । ମେଘାଳୟରେ ସମସ୍ତ ଦଳ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

You May Also Like

More From Author

+ There are no comments

Add yours