Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଚର୍ଚ୍ଚା ହେଉଥିବା କଥା ସତ ପ୍ରମାଣିତ ହୋଇଛି।୫୪ ବର୍ଷ ବୟସରେ ଜୁନାଗଡ଼ ବିଧାୟକ ମନ୍ତ୍ରୀ କ୍ୟାପେଟନ ଦିବ୍ୟ ସଙ୍କର ମିଶ୍ର ଦ୍ଵିତୀୟ ବିବାହ କରିଛନ୍ତି।ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ ଜିଲା ପିପିଲିର ଦି ଆଡଭେଞ୍ଚର କନ୍‌ଭେନ୍‌ସନ୍‌ରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ସରିଥିଲା। ପରେ ଉଭୟଙ୍କ ବାହାଘର ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ କେବଳ ସମ୍ପର୍କୀୟ ଓ ଅତି ପାଖ ଲୋକ ସାମିଲ ଥିଲେ। ଯେଉଁମାନଙ୍କ ନିକଟରେ ପାସ୍‌ ଅଛି ସେମାନଙ୍କୁ ବିବାହ ଉତ୍ସବକୁ ଛାଡ଼ିବା ପାଇଁ ଅନୁମତି ରହିଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ,ଏହି ବାହାଘରରେ କନ୍ୟାଘରର ୨୮ ଜଣ ଓ ବରଘରର ୩୨ଜଣ ସାମିଲ ହୋଇଥିଲେ। ଦିବ୍ୟଶଙ୍କର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା, ଯାହା ଏବେ ସତ ହୋଇଛି ।ତେବେ ଏହା ଉଭୟଙ୍କ ଦିତୀୟ ବିବାହ। ଏହା ପୂର୍ବରୁ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଦିବ୍ୟଶଙ୍କରଙ୍କର ଗୋଟିଏ ପୁଅ ବି ଅଛନ୍ତି। ସେ ଲଣ୍ଡନରେ ଥିବା ଜଣାଯାଇଛି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିବା ଜଣାପଡ଼ିଛି।

By

Leave a Reply

Your email address will not be published. Required fields are marked *