Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ମହାରାଷ୍ଟ୍ରରେ ଏକ ଆଶ୍ଚର୍ୟ୍ଯକର ଘଟଣା ଦେଖିବାକୁ ମିଳିଛି ଜଣେ ଚାଷୀ ୫୧୨ କିଲୋ ପିଆଜକୁ ୨ଟଙ୍କାରେ ବିକ୍ରି କରିଛନ୍ତି।କଥାଟି ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ ଘଟଣାଟି ସତ।ଚାଷୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ସୋଲାପୁର ଜିଲା ବୋରଗାଓଁର ରାଜେନ୍ଦ୍ର ତୁକାରମ ଚଭନ (୫୮)।ଚଳିତ ଋତୁରେ ତୁକାରାମ ନିଜ ଜମିରୁ ଅମଳ କରିଥିବା ୫୧୨ କିଲୋ ପିଆଜକୁ ବିକ୍ରି କରିବା ଲାଗି ଘରଠାରୁ ୭୦ କିମି ଦୂର ସରକାରୀ ମଣ୍ଡି (ଏପିଏମସି)କୁ ଯାଇଥିଲେ।

କୃଷି ଉତ୍ପାଦିତ ସାମଗ୍ରୀ କ୍ରୟ ଲାଗି ମହାରାଷ୍ଟ୍ର ସରକାର କୃଷି ଉତ୍ପାଦ ବଜାର କମିଟି (ଏପିଏମସି) ଖୋଲିଛନ୍ତି। ମଣ୍ଡିରେ ସେ ପିଆଜକୁ କିଲୋ ପ୍ରତି ୧ଟଙ୍କାରେ ବିକ୍ରି ହୋଇଥିଲା। ଏହି ହିସାବରେ ସବୁ ପିଆଜର ମୂଲ୍ୟ ୫୧୨ ଟଙ୍କା ହୋଇଥିଲା। ମାତ୍ର ପିଆଜ ପରିବହନ ବାବଦରେ ମଣ୍ଡି କର୍ତ୍ତୃପକ୍ଷ ଖର୍ଚ୍ଚ କରିଥିବା ୫୦୯ଟଙ୍କା ୫୦ ପଇସା ଉକ୍ତ ଅର୍ଥରୁ କାଟି ରଖିଥିଲେ।

ପରିବହନ ବାବଦ ଖର୍ଚ୍ଚ ବାଦ୍ ପରେ ତୁକାରାମଙ୍କୁ ମିଳିଥିଲା ୨ଟଙ୍କା ୫୦ ପଇସା। ମାତ୍ର ଅର୍ଥ ଚେକ୍ ଆକାରରରେ ଦିଆଯିବାକୁ ବ୍ୟବସ୍ଥା ଥିବାରୁ ତାଙ୍କୁ ମିଳିଥିଲା ୨ ଟଙ୍କା। ବ୍ୟାଙ୍କ ଚେକ୍‌ରେ ରାଉଣ୍ଡ ଫିଗର ଟଙ୍କା ଦେୟ ବ୍ୟବସ୍ଥା ଥିବାରୁ ମଣ୍ଡି କର୍ତ୍ତୃପକ୍ଷ ତାଙ୍କୁ ୨ଟଙ୍କାର ଚେକ୍ ଦେଇଥିଲେ। ପିଆଜି ବିକ୍ରି କରି ଆସିବା ପରେ ତୁକାରାମଙ୍କ ପାଖକୁ ଏହି ୨ଟଙ୍କାର ଚେକ୍ ଓ ପିଆଜ ବିକ୍ରି ବାବଦ ହିସାବର ରସିଦ ଡାକ ମାଧ୍ୟମରେ ପଠାଯାଇଥିଲା।

ବ୍ୟାଙ୍କ ଚେକ୍ ଓ ରସିଦ ଦେଖି ତୁକାରାମ ନୁହନ୍ତି ସଭିଏଁ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସରକାରୀ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ତୁକାରାମ କହିଛନ୍ତି ଚଳିତବର୍ଷ ଉତ୍ପାଦନ କରିଥିବା ପିଆଜ ଲାଗି ସେ ୪୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସୋଲାପୁର ଏଏମପିସିର ବ୍ୟବସାୟୀ ନାସିର ଖଲିଫା କହିଛନ୍ତି ଯେ କମ୍ପ୍ୟୁଟର ପ୍ରକ୍ରିୟାରେ ଚେକ୍ ଓ ରସିଦ୍ ଦିଆଯାଉଛି। ତେଣୁ ଏଥିରେ କିଛି ହେରଫେର ନାହିଁ। ତୁକାରାମ ଆଣିଥିବା ପିଆଜ ନିମ୍ନମାନର ହୋଇଥିବାରୁ ଏହାର କିଲୋପ୍ରତି ଦର ୧ଟଙ୍କା ହୋଇଥିଲା। ଉନ୍ନତମାନର ପିଆଜ କିଲୋକୁ ୧୮ଟଙ୍କାରେ କିଣାଯାଉଛି।ତେବେ ଏହା ଅଭାବି ବିକ୍ରି ନୁହେଁ ସରକାରୀ ପ୍ରକ୍ରିୟାରେ ଚାଷୀ ତାଙ୍କର ଅର୍ଥ ପାଇଛନ୍ତି।ତେବେ ଏହି ଅର୍ଥ ରାଶିକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ।

By

Leave a Reply

Your email address will not be published. Required fields are marked *