Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ରେ ମଧ୍ୟପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ଓ ଲୋକସଭା ନିର୍ବାଚନ।ଏହି କର୍ମରେ ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର ଉଦ୍ଧେଶ୍ୟରେ ପହଞ୍ଚିଛନ୍ତି ଅମିତ ସାହା। ଆଜିର ନିଜର ନିର୍ବାଚନୀ ଅଭିଭାଷଣରେ ପ୍ରଥମେ ବିଜେପି ପାଇଁ ଭୋଟ ମାଗିଥଲେ ସାହା।ସେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ପରିଗଣିତ ହୋଇଛି।ଆପଣମାନେ ବହୁ ସଂଖ୍ୟାରେ ବିଜେପିକୁ ଭୋଟ ଦିଅନ୍ତୁ ଏବଂ ଏଠାରେ ପୁଣି ଥରେ ସରକାର ଗଢିବା ପାଇଁ ସୁଯୋଗ ଦିଅନ୍ତୁ।

ମଧ୍ୟପ୍ରଦେଶର ସାଟନାରେ ଗୋଟିଏ ମେଡିକାଲ କଲେଜର ଉଦଘାଟନ କରି ଶାହ କହିଛନ୍ତି ଯେ “ନରେନ୍ଦ୍ର ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଠନ କରିବ। ୨୦୨୪ରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ରେକର୍ଡ ସୃଷ୍ଟି କରିବ।”

ଏହି କାର୍ଯକ୍ରମ ପରେ ଶାହ କୋଲ ଆଦିବାସୀ ସଂପ୍ରଦାୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାର ଲାଗୁ କରିଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ ଓ ବିଜେପି ସରକାର ସବୁବେଳେ ପଛୁଆ ବର୍ଗର ଲୋକଙ୍କ ପାଇଁ ଯତ୍ନବାନ ବୋଲି କହିଥିଲେ। ଏଥିସହ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ଶପଥ ନେଇଥିଲେ, ସେକଥା ମଧ୍ୟ ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି।

ଶ୍ରୀ ଶାହ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ସରକାର ଦଳିତ, ଗରିବ, ପଛୁଆ ବର୍ଗ ଓ ଆଦିବାସୀଙ୍କ ସରକାର ଭାବେ କାମ କରିବେ। ତାଙ୍କର ଏହି ଶବ୍ଦ ସମଗ୍ର ବିଶ୍ୱକୁ ଗୋଟିଏ ବାର୍ତ୍ତା ଯାଇଥିଲା ଯେ ମୋଦି ସରକାର କାହାକୁ ଗୁରୁତ୍ୱ ଦେବେ। ଗତ ୯ ବର୍ଷ ମଧ୍ୟରେ ସେ କେବଳ ନିଜର ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି, ବରଂ ସମସ୍ତ ସରକାରୀ ଯୋଜନା କେମିତି ଗରିବଙ୍କ କ୍ଷେତ୍ରରେ ତୃଣମୂଳସ୍ତରରେ ଲାଗୁ ହେବ, ତା’ର ବ୍ୟବସ୍ଥା କରିଛନ୍ତି। ଏହା ହେଉଛି ବିଜେପିର ପରିଚୟ। ବିଜେପି ସବୁବେଳେ ଅନ୍ତୋଃଦୟ ନୀତିରେ ପରିଚାଳିତ। ଏହାର ଅର୍ଥ ହେଉଛି ଗରିବ ଲୋକମାନେ କେମିତି ସମ୍ମାନର ସହ ବଞ୍ଚିବେ।

କଂଗ୍ରେସ ସରକାର ସମୟରେ ଗରିବଙ୍କ ପାଖରେ ଟଏଲେଟ ନଥିଲା। ମୋଦି ସରକାର ୧୦ କୋଟି ଟଏଲେଟ ତିଆରି କରିଛନ୍ତି। ଏହି ଯୋଜନାରୁ ସବୁଠାରୁ ଅଧିକ ଲାଭ ଆଦିବାସୀ ସଂପ୍ରଦାୟକ ଓ ଅନୁସୂଚିତ ଜନଜାତିର ଲୋକମାନେ ପାଇଛନ୍ତି।”

ଏଥିସହ ଶ୍ରୀ ଶାହ ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ପ୍ରଶଂସା କରି ଭୋଟ ମାଗିଛନ୍ତି। କଂଗ୍ରେସ କେବେ ହେଲେ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି ପଦରେ ବସାଇ ନଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ଅବସ୍ଥାପିତ କରିଛନ୍ତି। ଏଥିରୁ ଦେଶର ଆଦିବାସୀଙ୍କ ପ୍ରତି ତାଙ୍କର ଥିବା ସମ୍ମାନ ପ୍ରତିଫଳିତ ହେଉଥିବା ଶାହ ଦାବି କରିଛନ୍ତି।

By

Leave a Reply

Your email address will not be published. Required fields are marked *