ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ‘ଉନ୍ନତ ଚିକିତ୍ସା ପାଇଁ ନବଙ୍କୁ ଆପୋଲୋ ଅଣାଯାଇଥିଲା’

ଶବ୍ଦମିଡ଼ିଆ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲୁ ହୋଇଛି ବିଧାନସଭା । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ମୋସନ ଉପରେ ସରଗରମ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେଇ, ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଉ ଅଭିଯୋଗ ପରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ନବ ଦାସଙ୍କୁ ଗୁଳି ପରେ କାହିଁକି ଭୁବନେଶ୍ୱର ଅଣାଗଲା ବୋଲି ବିରୋଧୀ କହୁଛନ୍ତି । ହେଲେ, ନବ ଦାସଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ତାଙ୍କୁ ଭୁବନେଶ୍ୱର ଆପୋଲୋକୁ ଅଣାଯାଇଥିଲା । ଘଟଣାରେ ନବଙ୍କ ପରିବାର, ପିଏସଓ, ଡ୍ରାଇଭର, ପଡୋଶୀ, ସମସ୍ତଙ୍କୁ ପଚରାଉଚୁରା କରାଯାଇଛି । ଯାହାକି ବିରୋଧୀ ଦଳମାନେ ଜାଣି ନାହାନ୍ତି । ତଦନ୍ତ ସମୟର ସମସ୍ତ ଜୈବିକ, ଶାରୀରିକ ଏବଂ ବସ୍ତୁଗତ ପ୍ରମାଣ ଗୁଡିକୁ ସଂଗ୍ରହ କରାଯାଇ, ଫରେନସିକ୍ ଅନୁସନ୍ଧାନ ପାଇଁ ପଠାଯାଇଛି ।

You May Also Like

More From Author

+ There are no comments

Add yours