ଶବ୍ଦମିଡ଼ିଆ ବ୍ୟୁରୋ:ବ୍ରେନ ମ୍ୟାଲେରିଆ ଏକ ମାରାତ୍ମକ ଭୁତାଣୁ ଜନିତ ରୋଗ।ପ୍ରତି ବର୍ଷ ରାଜ୍ୟରେ ଏବଂ ଭାରତ ବର୍ଷରେ ଅନେକ ଲୋକ ଏହି ମାରାତ୍ମକ ରୋଗରେ ପିଡୀତ ହୋଇ ପ୍ରାଣ ହରାନ୍ତି।ଏହା ମଧ୍ୟରେ ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ILS)ର ବଡ଼ ସଫଳତା। ବ୍ରେନ୍ ମ୍ୟାଲେରିଆ ରୋଗ ନିରାକରଣ ଲାଗି ILS ଉଦ୍ଭାବନ କରିଛି ଔଷଧ। ତେଣୁ ଖୁବ୍ଶୀଘ୍ର ଏହି ଔଷଧ ବଜାରକୁ ଆସିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।ILS ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ଦ୍ଵାରା ପ୍ରସ୍ତୁତ ହୋଇଛି ଏହି ଔଷଧ।
ପ୍ରାରମ୍ଭିକ ଭାବେ ମୂଷା ଦେହରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।
ଏହି ଔଷଧର ମାନବ ପରୀକ୍ଷଣ ସଫଳ ହେଲେ ବ୍ରେନ୍ ମ୍ୟାଲେରିଆ ଓ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ବଡ଼ ଅସ୍ତ୍ର ଭାବେ କାମ କରିବ। ଏଥିସହ ମ୍ୟାଲେରିଆ ଜନିତ ମୃତ୍ୟୁ ରୋକିବାରେ ସହାୟକ ହେବ। ILS ବୈଜ୍ଞାନିକଙ୍କ ଏହି ସଫଳତା ନେଇ ସାଇନ୍ସ ମାଗାଜିନ୍ରେ ସନ୍ଦର୍ଭ ପ୍ରକାଶ ପାଇଛି।
