ବିବାହ ବନ୍ଧନରେ ବାନ୍ଧି ହେବେ ଓୟେ(Oyo)ହୋଟେଲ ମାଲିକ ରିତେଶ ଅଗ୍ରୱାଲ,ପ୍ରଧାନମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ

ଶବ୍ଦମିଡ଼ିଆ ବ୍ୟୁରୋ:ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲସର ମାଲିକ ରୀତେଶ ଅଗ୍ରୱାଲ। ଆସନ୍ତାମାସରେ ସେ ଏହି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେଥିପାଇଁ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବା କାମ ଆରମ୍ଭ କରିଛନ୍ତି। ସେ ଏବଂ ତାଙ୍କ ଭାବି ପତ୍ନୀ ଏବଂ ତାଙ୍କର ମାଆଙ୍କ ସହିତ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।ରୀତେଶ ହେଉଛନ୍ତି ଭାରତର ଜଣେ ଯୁବ ଶିଳ୍ପପତି। ଯାହାଙ୍କର ହୋଟେଲ ବ୍ୟବସାୟ ରହିଛି। ୨୦୧୩ ମସିହାରେ ଆରମ୍ଭ କରିଥିବା ଏହି ବ୍ୟବସାୟର କଳେବର ବୃଦ୍ଧି ହୋଇ ବର୍ତ୍ତମାନ ୭୮୦୦ କୋଟି ଟଙ୍କାରେ ପହଁଚିଛି। ରାୟଗଡା ଜିଲ୍ଲାରେ ଜନ୍ମିତ ରୀତେଶ ବର୍ତ୍ତମାନ ଦେଶରେ ଜଣେ ଯୁବ ଶିଳ୍ପପତି ଭାବେ ବେଶ ନାମ କରିଛନ୍ତି।





You May Also Like

More From Author

+ There are no comments

Add yours