ରାଜଧାନୀରୁ ହାତୀ ଦାନ୍ତ ଜବତ, ୨ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରୁ ଜବତ ହୋଇଛି ହାତୀଦାନ୍ତ। ଗତକାଲି ସନ୍ଧ୍ୟାରେ ହାତୀ ଦାନ୍ତ ଚାଲାଣ ଖବର ପାଇ ମୈତ୍ରୀବିହାର ପୁଲିସ ପକ୍ଷରୁ ସୈନିକ ସ୍କୁଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ବାଇକରେ ଦୁଇଜଣ ବ୍ୟକ୍ତି ହାତୀଦାନ୍ତ ନେଉଥିବା ଜଣାପଡିଥିଲା। ପୁଲିସ ପଚରାଉଚରା କରିବା ପରେ ସେମାନଙ୍କୁ ଗିରଫ କରିଛି

ଗିରଫ ଦୁଇ ଜଣ କନ୍ଧମାଳର ଗିରୀଶ କୁମାର ନାୟକ ଓ ଦୀପକ ସାହୁ। ସେମାନଙ୍କ ଠାରୁ ଜବତ ହାତୀଦାନ୍ତର ଓଜନ ୩କେଜି ବୋଲି ଜଣାପଡ଼ିଛି। ଏଥିସହ ପୁଲିସ ୩ଟି ମୋବାଇଲ ଓ ଟଙ୍କା ଜବତ କରିଛି। ଗିରଫ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି।

You May Also Like

More From Author

+ There are no comments

Add yours