ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩ । ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ମହକିବ ୟୁନିଟ୍‌-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆ। ଝାଟିମାଟି କୁଡ଼ିଆ ସାଙ୍ଗକୁ ଆଦିବାସୀ ଚଳଣି, ପରମ୍ପରା ଓ ଗୃହ ଉପକରଣ ସହରିଆଙ୍କୁ କରିବ ଆକର୍ଷିତ । ସଂଧ୍ୟା ହେଲେ ଆଦିବାସୀ ନୃତ୍ୟ ଓ ଗୀତରେ ଦୁଲୁକିବ ଆଦିବାସୀ ପଡ଼ିଆ । ଆଦିବାସୀ ହସ୍ତଶିଳ୍ପର ନିଆରା ପସରାକୁ ଦେଖିବା ଲାଗି ଗ୍ରାହକଙ୍କ ଭିଡ଼ ଜମିବ ।ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।ସୋମବାର ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳା ସାମଗ୍ରୀ, ଲଘୁ ବନ୍ୟଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି କରାଯିବ । ଏଠାରେ ୧୦ଟି ଆଦିବାସୀ ଗାଁ ସମେତ ୧୨୧ଟି ଷ୍ଟଲ୍‌ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସଂଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।

You May Also Like

More From Author

+ There are no comments

Add yours