ଜବରଦଖଲ ଉଚ୍ଛେଦ ଜାରି,ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ମହରୋଲିଠାରେ ଆଜି ପୁଣି ବୁଲିଲା ବୁଲଡୋଜର

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା କାଲି ଦିଲ୍ଲୀ ସ୍ଥିତ ମହରୋଲିଠାରେ ଡିଡିଏ ଦ୍ୱାରା ଜବରଦଖଲ ଉଚ୍ଛେଦ ହୋଇଥିଲା। ଆଜି ପୁଣି ମହରୋଲି ଠାରେ ଡିଡିଏ ଦ୍ୱାରା ବୁଲଡୋଜର ବୁଲାଇ ଲୋକଙ୍କ କୋଠା ବାଡ଼ି ଘରକୁ ଭାଙ୍ଗି ଦିଆଯାଇଛି।ଏସବୁ ଭିତରେ ସମ୍ପୂର୍ଣ୍ଣ ମହରୋଲି ଠାରେ ଉତ୍ୟକ୍ତ ପରିସ୍ଥିତି ସୃଷ୍ଟି ହୋଇଛି।ସେଠାକାର ଲୋକମାନଙ୍କ ଅଭିଯୋଗ କରଥିଲେ ଯେ ଗୋଟେ ପଟେ ସରକାର ଆମମାନଙ୍କର ସମ୍ପତ୍ତିର ନଥିପତ୍ର କରି ନିଜର ରାଜସ୍ୱ ବଢ଼ାଉଛନ୍ତି ଅନ୍ୟପଟେ ଏସବୁ ଜବରଦଖଲ କହି ଆମ ଭଳି ଗରିବଲୋକମାନଙ୍କ ଘର ବାଡ଼ି ଉଚ୍ଛେଦ କରିଛନ୍ତି।ଆମ ମାନଙ୍କୁ ଘର ଦେଇଥିବା ବିଲଡର ଏବଂ ଆମ ମାନଙ୍କ ଘରକୁ ରେଜିଷ୍ଟ୍ରେସନ କରିଥିବା ସରକାରୀ ଅଧିକାରୀଙ୍କୁ ସରକାର ତୁରନ୍ତ ଗିରଫ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।ଏହା ସହିତ ଆଜିର ମାର୍କେଟ ମୂଲ୍ୟ ଅନୁସାରେ ଆମ ମାନଙ୍କର ଟଙ୍କା ଆମକୁ ଫେରସ୍ତ କରିବା ପାଇଁ ଲୋକମାନେ କହିଛନ୍ତି।କାଲି ମହରୋଲି ଠାରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଆଜି ମଧ୍ୟ ଡିଡିଏ ଦ୍ବାରା ବୁଲଡୋଜର ସାହାଯ୍ୟରେ କେତେକ ବଡ଼ ଘର(ଆପାର୍ଟମେଂଟ) ଭାଙ୍ଗିଦିଆଯାଇଛି।ଆଜି ମଧ୍ୟ ଅନେକ ଲୋକମାନଙ୍କ ଘର ଭାଙ୍ଗିଦିଆଯିବା ସହିତ ସେମାନେ ବର୍ତ୍ତମାନ ସମୟରେ ବେଘର ହୋଇଯାଇଛନ୍ତି।ଲୋକମାନେ ତାଙ୍କ ଜୀବନର କଷ୍ଟ ଅର୍ଜିତ ଉପାର୍ଜନକୁ ବ୍ୟାଙ୍କରେ ଏକାଠି କରି ରଖିଥିଲେ ଏବଂ ସେହି ଅର୍ଥ ସାହାଯ୍ୟରେ ସେଠାରେ ଘର ନିର୍ମାଣ କରିଥିଲେ। ହେଲେ କିନ୍ତୁ ଆଜି ସେହି ଘରକୁ ସରକାରୀ ଅଧିକାରୀ ମାନେ ଭାଙ୍ଗି ଦେଇଛନ୍ତି ଏବଂ ସେମାନେ ଏହାକୁ ନିଜ ଆଖିରେ ଦେଖୁଛନ୍ତି।ଯେତେବେଳେକି କିଛି ଲୋକମାନଙ୍କୁ ଘର ଭଙ୍ଗାଯିବା ନେଇ ଡିଡିଏ ତରଫରୁ ନୋଟିସ ମିଳିଥିଲା ସେମାନେ କୋର୍ଟ ଯାଇ ସେମାନଙ୍କର ଘରକୁ ନଭଙ୍ଗାଯିବା ନେଇ କୋର୍ଟରୁ ଏକ ଷ୍ଟେ ଅର୍ଡର ଉଲ୍ଲେଖ କରି ଆଣିଥିଲେ ଯାହାକି ଏକ ସପ୍ତାହ ପାଇଁ ବୈଧ ଅଟେ।ଏହା ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଲୋକମାନଙ୍କ କହିବା ଅନୁସାରେ ସରକାର ସେମାନଙ୍କ ସମ୍ପତ୍ତିର ନଥିପତ୍ର (ରେଜିଷ୍ଟ୍ରେସନ) କରିଥିଲେ।ଏହା ଉପରେ ମଧ୍ୟ ବ୍ୟାଙ୍କ ଲୋକମାନଙ୍କୁ ଋଣ ପ୍ରଦାନ କରିଥିଲା ପରେ ଏହା ରେଜିଷ୍ଟ୍ରେସନ କିପରି ବେନିୟମ ହୋଇଗଲା।ଲୋକମାନଙ୍କର ସବୁଠାରୁ ବର୍ତ୍ତମାନ ବଡ ଦାବି ରହିଛି କୋର୍ଟ ଏବଂ ସରକାର ଉଭୟ ସେହି ଅଧିକାରୀଙ୍କୁ ଗିରଫ କରନ୍ତୁ । ଏହା ସହିତ ସରକାରୀ ରାଜସ୍ୱ ଅଧିକାରୀଙ୍କୁ ମଧ୍ୟ ଗିରଫ କରିବା ସହିତ ଯେଉଁ ବିଲଡର ଘରନିର୍ମାଣ କରିଥିଲେ ତାଙ୍କୁ ଗିରଫ କରିବା ସହିତ ଯେଉଁଲୋକମାନଙ୍କର ଘର ଉଚ୍ଛେଦ ହୋଇଛି ସେମାନଙ୍କୁ ତାଙ୍କର ଉଚ୍ଚିତ ପ୍ରାପ୍ୟ ଦିଆଯିବା ପାଇଁ ଲୋକମାନେ କହିଛନ୍ତି।ଏହା କହିଛନ୍ତି ସ୍ଥାନିୟ ବ୍ୟକ୍ତି ପୱନ ଶର୍ମା । ଦିଲ୍ଲୀରୁ ଶବ୍ଦ ମିଡ଼ିଆ ରିପୋର୍ଟର— ରାକେଶ ସୋନି ।

You May Also Like

More From Author

+ There are no comments

Add yours