ଏଟିଏମରୁ ଚୋରି କରି,ଏଟିଏମ ଜାଳିଦେଲେ ଦୁର୍ବୁତ୍ତ

ଶବ୍ଦମିଡ଼ିଆ ବ୍ୟୁରୋ:ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩,୪୫ ମି ମଧ୍ୟରେ ଚୋରି ହୋଇଛି। ଏଟିଏମ ରେ ଗଛିତ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତ ମାନେ ଏଟିଏମ ରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ ପୋଲିସ ଥାନାଧିକାରୀ ଶବ୍ୟସାଚି ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରୁ ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ଢିଲା ସମ୍ପର୍କରେ ଚର୍ଚ୍ଚା ଚାଲିଛି। ବ୍ୟାଙ୍କ୍ ରେ ସ୍ଥାପିତ ସି ସି ଟିଭି ରେ ଦୁର୍ବୃତ୍ତ କିଭଳି ଏକ ଦାମୀ କାରରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି , ଏଟିଏମ ରୁ ଚୋରି କରିବା ସହ ନିଆଁ ଲଗାଇ ପାଡୁଆ ପଟକୁ ଚାଲି ଯାଇଛନ୍ତି ତାହାର ଭିଡିଓ ରେକର୍ଡ ରହିଛି। ତଦନ୍ତ ଚାଲିଛି ସୀମାନ୍ତ ଅଞ୍ଚଳରେ ଆଲର୍ଟ ଜାରି ହୋଇଛି। ପୂର୍ବରୁ ବାଲେଶ୍ଵର ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୋଲିସ ସନ୍ଦେହ କରୁଛି। ବର୍ତମାନ ବାଲଡ଼ା ଶାଖାର ସମସ୍ତ ଅନ ଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

You May Also Like

More From Author

+ There are no comments

Add yours