ଅଦ୍ଭୂତ:ରେଳଷ୍ଟେସନର ନାହିଁ ନାଁ, ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଗୁରୁଡ଼ିଝାଟିଆ ପୂର୍ବତଟ ରେଳ ବିଭାଗ ଅଧିନରେ ରହିଛି ଛଅଗାଁସ୍ଥିତ ଗୁରୁଡ଼ିଝାଟିଆ ରେଳଷ୍ଟେସନ। କୁମାରପୁର, ଛଅଗାଁ, ଗୁରୁଡ଼ିଝାଟିଆ, ଗୋବରା ଓ ଓରନ୍ଦା ପଞ୍ଚାୟତର ଜନସାଧାରଣ ଏହି ରେଳଷ୍ଟେସନ ଉପରେ ନିର୍ଭରଶୀଳ ଅଟନ୍ତି। ଦୈନିକ ଶତାଧିକ ଯାତ୍ରୀ ଭୂବନେଶ୍ୱର, କଟକ ସହିତ ରାଉଲକେଲା ଆଦି ସ୍ଥାନକୁ ଯାତାୟାତ କରିଥାନ୍ତି। ପାସେଞ୍ଜର ଟ୍ରେନ ରହଣି ସମୟ ଅନୁକୂଳ ହୋଇଥିବାରୁ ଯାତ୍ରୀଙ୍କ ପାଇଁ ବେଶ ସୁବିଧା ହୋଇଥାଏ।ଏହି ରେଳଷ୍ଟେସନ ଦେଇ ପୁରୀ-ରାୟପୁର, ତପସ୍ୱିନୀ-ହାଟିଆ, ତାଳଚେର-ପୁରୀ ଓ ପୁରୀ-ରାଉଲକେଲା,ଖଡଗପୁର-ଖୋର୍ଦ୍ଧା ଦୈନିକ ରେଳ ଚଳାଚଳ କରୁଥିବା ବେଳେ ଭୂବନେଶ୍ୱର-ଲୋକମାନ୍ୟ, ସାଲିମାର-ସମ୍ବଲପୁର,ଗରୀବରଥ,ପୁରୀ-ଯୋଧପୁର ଆଦି ରେଳଗୁଡିକ ସପ୍ତାହର ବିଭିନ୍ନ ଦିନମାନଙ୍କରେ ଯାତାୟାତ କରିଥାଏ। ଷ୍ଟେସନରୁ ରେଳରେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରଦତ୍ତ ଟିକେଟରେ ଛଅଗାଁ ଠାରେ ଅବସ୍ଥିତ ଗୁରୁଡ଼ିଝାଟିଆ ରେଳଷ୍ଟେସନ ଉଲ୍ଲେଖ କରାଯାଇଥିଲେ ମଧ୍ୟ ଷ୍ଟେସନର ସମ୍ମୁଖଭାଗ ଓ ବିଭିନ୍ନ ସ୍ଥାନରେ ଯାତ୍ରୀମାନଙ୍କ ସୁଦୃଶ୍ୟ ପାଇଁ ଷ୍ଟେସନର ନାମ ଲେଖାଯାଉନାହିଁ। ଯାହା ଫଳରେ କି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଷ୍ଟେସନର ନାମକରଣ ଜାଣିପାରୁନାହାନ୍ତି। ଫଳରେ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଘଟଣା ସଂପର୍କରେ କାର୍ଯ୍ୟରତ ଷ୍ଟେସନ ପ୍ରବନ୍ଧକଙ୍କୁ ପଚାରିବାରେ କହିଥିଲେ ଯେ ବିବାଦ ଯୋଗୁଁ ଷ୍ଟେସନରେ ନାମ ଲେଖାଯାଇ ପାରୁନାହିଁ। ହେଲେ ଟିକେଟରେ ରେଳଷ୍ଟେସନର ନାମ ରହିଛି ବୋଲି କୁହାଯାଇଛି।

You May Also Like

More From Author

+ There are no comments

Add yours