ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ରାଜଧାନୀରେ ଘର ମାଲିକ ଆଶ୍ୱସ୍ତ ହୋଇଛନ୍ତି । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ବର୍ଷ ନଭେମ୍ବର ୭ ତାରିଖରେ ଖାରଜ ହୋଇଛି । ଉଭୟ କୋର୍ଟରେ ବିଏମସି ହାରିବା ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ ବିଏମସି ଜୋରଜବରଦସ୍ତ ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା ।

You May Also Like

More From Author

+ There are no comments

Add yours