ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମା ମାଡ଼ ହୋଇଛି। ଏପରି କାଣ୍ଡ ଭିଆଇଥିବା ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲ ରହିଥିବା ବେଳେ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରୁହେ। ଗତ ରାତିରେ ଜଣେ ମାଲିକ ଓ ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ ଉକ୍ତ ହୋଟେଲକୁ ଯାଇଥିଲେ। ମାତ୍ର ଖାଇବା ଦରକୁ ନେଇ ସେମାନଙ୍କର ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ସେମାନେ ସେଠାରୁ ପଳାଇଥିବା ବେଳେ କିଛି ସମୟ ପରେ ପୁଣି ଥରେ ଫେରିଥିଲେ।

You May Also Like

More From Author

+ There are no comments

Add yours