ତୃତୀୟ ଦିନରେ ରାୟଗଡା ଜିଲ୍ଲା ସ୍ତରୀୟ କୃଷି ମେଳା

ରାୟଗଡ-ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ପହଁଚିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦାନ କରିଥିଲେ । ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ ସେ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ଉନ୍ନତି ପାଇଁ ସଦାବେଳେ ପ୍ରଚେଷ୍ଟା ଜାରିରଖିଛନ୍ତି l ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରି ନିମନ୍ତେ ଓଡ଼ିଶା ସରକାର ସାଧାରଣ ଓ କୃଷି ବଜେଟ ଆୟୋଜନ କରନ୍ତି l କୃଷି ବଜେଟ ମାଧ୍ୟମରେ ଚାଷୀମାନଙ୍କ ଜୀବନ ଧାରଣା ମାନ ଵୃଦ୍ଧି କରିବା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଚାଷୀ ଭାଇ ମାନେ ଏହି ଯୋଜନାରେ ଲାଭ ଉଠାନ୍ତୁ ଓ ନିଜର ଆୟକୁ ଦ୍ବିଗୁଣିତ କରନ୍ତୁ ବୋଲି କହିଥିଲେ l ଜିଲ୍ଲାପାଳ ରାୟଗଡ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁସୂୟା ମାଝୀ,ଅଧ୍ୟକ୍ଷl ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ,ସୁଶ୍ରୀ ସରସ୍ୱତୀ ମାଝୀ, ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ରାୟଗଡ଼,ଶ୍ରୀ ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଶ୍ରୀ ପତିତପାବନ ସାମନ୍ତରାୟ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ରାୟଗଡ଼ ଆଦି ଯୋଗଦାନ କରି ଚାଷୀ ମାନଙ୍କୁ କୃଷି ମେଳାର ଉଦେଶ୍ୟ ଓ ଆଧୁନିକ ପ୍ରଣାଳୀରେ ଚାଷୀ କିପରି ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀ ରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ଯୁଗରେ କୃଷି କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଛି । ସରକାର ସବ୍ ସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦlଶ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜଳବିଭାଜିକା ମିଶନ, ରାୟଗଡ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଘ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆଜି ଦିବସରେ ୧୦ ଜଣ କୃଷକଙ୍କୁ ଟ୍ରାକ୍ଟର ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା କଲନାରା ବ୍ଳକର ପ୍ରଦୀପ ପଣ୍ଡା, ଦୁଃଖିନୀ ହୁଇକା,ଲତା କୁତୃକା, ରାୟଗଡ ବ୍ଳକର ଏସ.ସତ୍ୟ ପ୍ରବୀଣ ଓ ଗୀତା ନିମାଲ ଓ ମୁନିଗୁଡ଼ା ବ୍ଳକର ରମାକାନ୍ତ ସାହୁଙ୍କୁ ମଞ୍ଚରେ ସମନ୍ୱିତ କରାଯାଇଥିଲା l ଦଶ ଜଣ ହିତାଧିକାରୀଙ୍କୁ ଟ୍ରାକ୍ଟର ଚାବି ମାନ୍ୟବର ମନ୍ତ୍ରୀ ହସ୍ତାନ୍ତର କରିଥିଲେ l ଏହାପରେ କୃଷି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରେ ଡ. ଚିନ୍ତାମତି ମିଶ୍ର, ଇ ଅଭିନବ ମିଶ୍ର, ଶ୍ରୀଯୁକ୍ତ ନବୀନ କୁମାର , ଶ୍ରୀଯୁକ୍ତ ପରିମଳ ସରକାର ଏବଂ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦୟାନିଧି ବାଗ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ସଭାପତିତ୍ବ କରିଥିଲେ। ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା

You May Also Like

More From Author

+ There are no comments

Add yours