ଲେମରିନ ଟେକ ବିଶ୍ୱବିଦ୍ୟାଳୟର ପ୍ରଥମ ରିଏଲ ଇଷ୍ଟେଟ କୋର୍ସର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ରିଏଲ ଇଷ୍ଟେଟ କୋର୍ସ । ଲେମରିନ ଟେକ ବିଶ୍ୱବିଦ୍ୟାଳୟରେ ଏହି କୋର୍ସର ଶୁଭାରମ୍ଭ କରାଯାଇଛି । ରେରା ପୃଷ୍ଠଭୂମିର କୁଶଳୀ କାରିଗରୟ ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଜାବ ସ୍ଥିତ ଲେମରିନ ଟେକ ବିଶ୍ୱ ବିଦ୍ୟାଳୟ ଏହି କୋର୍ସର ଶୁଭାରମ୍ଭ କରିଛି । ଏହାର ପ୍ରଥମ ପାଠ୍ୟକ୍ରମ ନିଯୁକ୍ତିର ବିକାଶ ପାଇଁ ଦକ୍ଷତାର ଶିକ୍ଷା ଉପରେ ଆଧାରିତ ରହିବ । ଏଥିରେ ସମ୍ପତ୍ତିର ପରିଚାଳନା, ରିଏଲ ଇଷ୍ଟେଟ ଫାଇନାନ୍ସ, ସହରୀ ଯୋଜନା ଏବଂ ଅନ୍ୟାନ୍ୟ ବିଷୟ ରହିଛି ।
ବିଶେଷଜ୍ଞଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପାଠ୍ୟକ୍ରମ ତିନି ମାସ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ପାଠ୍ୟକ୍ରମର ପରିକଳ୍ପନା ଭାସ୍ୱର ପଲ କରିଛନ୍ତି । ପାଠ୍ୟକ୍ରମଟି ମଧ୍ୟ ୟୁଜିସିର ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ ଅନୁଯାୟୀ କ୍ରେଡିଟ୍ ସିଷ୍ଟମ୍ ଅନୁସରଣ କରିବ, ଅନ୍ ଜବ୍ ଟ୍ରେନିଂ ପାଇଁ କ୍ରେଡିଟ୍ ଅନ୍ତର୍ଭୁକ୍ତ କରି ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ରକୁ ନେଇ ଆଗେଇବ ।

You May Also Like

More From Author

+ There are no comments

Add yours