ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାରେ ଲୋକେ ।

ଶବ୍ଦ ଓଡିଶା ବ୍ୟୁରୋ:ଇସ୍ରାଏଲରେ ଏକ ଲକ୍ଷରୁ ଅଧିକ ଲୋକ ରାସ୍ତାରେ ଧାରଣା ଦେଉଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସରକାରର ନ୍ୟାୟିକ ପ୍ରଣାଳୀର ପରିବର୍ତ୍ତନ ଯୋଜନା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏମାନଙ୍କର ଅଭିଯୋଗ ଯେ ନ୍ୟାୟିକ ପ୍ରଣାଳୀରେ ପରିବର୍ତ୍ତନ ଯୋଜନା ଦେଶର ବୁନିଆଦୀ ଲୋକତନ୍ତ୍ରର ସିଦ୍ଧାନ୍ତକୁ ବିପଦରେ ପକାଇପାରେ । ଅଭିଯୋଗ ଏହା ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୋର୍ଟର ଶକ୍ତି ହ୍ରାସ ପାଇବ ।
ଇସ୍ରାଏଲ ଗଣମାଧ୍ୟମ ଦ ଟାଇମ୍ସ ଅଫ୍ ଇସ୍ରାଏଲର ଖବର ଅନୁସାରେ ଶନିବାର ରାତିରେ ଏକ ଲକ୍ଷରୁ ଅଧିକ ଲୋକ ତେଲ ଅବିବିରେ ରାସ୍ତା ଉପରେ ପ୍ରତିବାଦ ଆରମ୍ଭ କରିଦେଇଥିଲେ । ବିରୋଧ ପ୍ରଦର୍ଶନ ଜୋରଦାର ଢଙ୍ଗରେ ହୋଇଥିଲା । ଇସ୍ରାଏଲ ଇତିହାସର ଏହା ସବୁଠାରୁ ବଡ ବିରୋଧ ପ୍ରଦର୍ଶନ ଥିଲା । ଏହା ଛଡା ଜେରୁଜେଲମ, ହାଇଫା, ବେର୍ଷବା, ହର୍ଜିଲିଆ ସମେତ ବିଭିନ୍ନ ସହରରେ ହଜାର ହଜାର ସଂଖ୍ୟାରେ ଲୋକମାନେ ରାସ୍ତାରେ ରାଲି ବାହାର କରିଥିଲେ ।
ଏହା ପୂର୍ବରୁ ଗତ ସପ୍ତାହରେ ତେଲ ଅବିବିରେ ବଡଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା । ରିପୋର୍ଟ ଅନୁସାରେ ସେତେବେଳେ ଏହି ଧାରଣାରେ ୮୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ପ୍ରଦର୍ଶନ ମଧ୍ୟରେ ତେଲ ଅବିବିର ରାସ୍ତାକୁ ପ୍ରଦର୍ଶନକାରୀ ବନ୍ଦ କରିଦେଇଥିଲେ । ଏହାକୁ ହଟାଇବା ପାଇଁ ସେତେବେଳେ ଅନେକ ସଂଖ୍ୟାରେ ପୁଲିସ ସାମିଲ ହୋଇଥିଲେ ।
ପ୍ରଦର୍ଶନକାରୀଙ୍କ କହିବାକଥା ନ୍ୟାୟମନ୍ତ୍ରୀ ୟାରିବ ଲେବିନଙ୍କ ଦ୍ୱାରା ଅଣାଯାଇଥିବା ପ୍ରସ୍ତାବ ଦ୍ୱାରା ହାଇକୋର୍ଟର ନ୍ୟାୟିକ ସମୀକ୍ଷାର ଶକ୍ତି ଉପରେ ପ୍ରଭାବ ପକାଇବ । ଜଜ ନିଯୁକ୍ତିରେ ରାଜନୈତିକ ନିୟନ୍ତ୍ରଣ ରହିବ । ଏହାଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିଦିଆଯିବ ।

You May Also Like

More From Author

+ There are no comments

Add yours