ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୃଷି ଅଧିକାରୀଙ୍କ ସଭାଗୃହରେ କୃଷି ଯନ୍ତ୍ରପାତି ବ୍ୟବହାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ଚିକିତ୍ସା ବିଭାଗ ସହ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ଏଥିରେ ଚାଷ କାର୍ୟ୍ୟ ସହ ଜଡିତ ବିଭିନ୍ନ ଯନ୍ତ୍ରପାତି ବାବଦରେ ଲୋକଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଛି ।
କୃଷି ଅଧିକାରୀ ଅଜୟ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ବାବଦରେ ଅବଗତ କରାଇଥିଲେ । ସେହିଭଳି କେମିତି ଚାଷୀଭାଇମାନେ ଏହାର ଉପଯୋଗ କରିପାରିବେ ସନେଇ ମଧ୍ୟ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ କୃଷି ବିଭାଗ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ ତାଲିମ ପ୍ରଦାନ କରିଥିବା ବେଳେ ଓଏଲଏମ ଅଧିକାରୀ ଶିବ ପ୍ରସାଦ ଜାଲି, ମିଶନ ଶକ୍ତି ଅଧିକାରୀ ରଶ୍ମିତ ଇନ୍ଦ୍ରଜିତ, ବ୍ଲକର ସମସ୍ତ ସରପଞ୍ଚ, ପାଣିପଞ୍ଚାୟତ ସମ୍ପାଦକ, କୃଷି ମିତ୍ର ଏବଂ ଚାଷୀ ଭାଇ ଉପସ୍ଥିତ ରହିଥିଲେ ।
