ରାଜଧାନୀରେ ଘନ କୁହୁଡିର ଚାଦର, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଘନ କୁହୁଡିର ବଳୟ ଦେଖିବାକୁ ମିଳିଛୁ । ଏହି କାରଣରୁ ଲୋକଙ୍କ ଯାତାୟତରେ ବାଧାସୃଷ୍ଟି ହୋଇଛି । ଚାରିଆଡ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି । ଗତକାଲି କୋରାପୁଟରେ ରାତି ତାପମାତ୍ରା ୭ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଦାରିଙ୍ଗବାଡିରେ ୧୦ ଡିଗ୍ରୀ, କଟକରେ ତାମପାତ୍ରା ୧୭.୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ବିଶେଷ ଶୀତର ସମ୍ଭାବନା ନାହିଁ । ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

You May Also Like

More From Author

+ There are no comments

Add yours