ସମୁଦ୍ରରେ ନିଖୋଜ ୨ ଟ୍ରଲର, ୧୩ ମତ୍ସ୍ୟଜୀବୀ ,ତଟରକ୍ଷୀ ବାହିନୀର ସର୍ଚ୍ଚ ଅପରେସନ

ଶବ୍ଦ ଓଡିଶା ବ୍ୟୁରୋ: ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀ ନିଖୋଜ । ୨ଟି ଟ୍ରଲରରେ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଟ୍ରଲର ଦେବୀ ଲକ୍ଷ୍ମୀ ଓ କିନ୍ନରାର ପତ୍ତା ମିଳୁନି । ୫ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ କୌଣସି ପତ୍ତା ମିଳିପାରିନାହିଁ । ଆଶଙ୍କା ରହିଛି ଯେ ବାଂଲାଦେଶ ଜଳସୀମାରେ ଫସିଥିବା ଆଶଙ୍କା କରାଯାଉଛି ।
ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରିରହିଛି । ଓଏନଜିସି ସର୍ଭେ କାମରେ ମତ୍ସ୍ୟଜୀବୀ ନିୟୋଜିତ ଥିଲେ । ପାରାଦୀପ ବନ୍ଦରରୁ ୧୬୮ କିଲୋମିଟରରେ ଦୂରରେ ଏହି କାମ ଜାରିରହିଥିଲା । ନିଖୋଜ ମତ୍ସ୍ୟଜୀବୀ ମାନେ କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours