ଫ୍ରିଜରେ ପ୍ରେମିକା ମାଂସ,ପ୍ରେମିକ ଗିରଫ


ନୂଆଦିଲ୍ଲୀ: ମଣିଷ କାଟିଲା ମଣିଷ ମାଂସ । ଟିକ ଟିକ କରି ୩୫ଖଣ୍ଡ କରିଦେଲା , ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡ । ଭଲପାଇବାର ରକ୍ତାକ୍ତ ଚିତ୍ର ଦେଖୁଛି ସାରା ଦେଶ । ପ୍ରେମିକାକୁ ୩୫ ଖଣ୍ଡରେ କାଟିଛି ଜହ୍ଲାଦ ପ୍ରେମିକ । କେବଳ ଏତିକିରେ ସୈତାନର ମନ ସନ୍ତୁଷ୍ଟ ହୋଇନି । ଏକ ସ୍ୱତନ୍ତ୍ର ଫ୍ରିଜ୍ କିଣି ପ୍ରେମିକାର ମାଂସକୁ ସାଇତି ରଖିଥିଲା ପ୍ରେମିକ । ସୁବିଧା ସୁଯୋଗ ଦେଖି ବିଭିନ୍ନ ସ୍ଥାନରେ ମାଂସ ଖଣ୍ଡ ଗୁଡ଼ିକୁ ଫୋପାଡ଼ି ଦେଉଥିଲା ଜହ୍ଲାଦ । ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ । ଏହାସହ ବୟଫ୍ରେଣ୍ଡକୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଏଭଳି ଏକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଏପରି କାଣ୍ଡ ରଚିବାର କାରଣକୁ ଜାଣିଲେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କ’ଣ ଥିଲା ପ୍ରେମିକାଙ୍କ ବିଭତ୍ସ ମୃତ୍ୟୁର କାରଣ । ୫ ମାସ ପୂର୍ବେ ମୁମ୍ବାଇର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରନ୍ତି ଶ୍ରଦ୍ଧା । ସେହି କମ୍ପାନୀରେ କାମ କରୁଥିଲେ ତାଙ୍କ ସହକର୍ମୀ ଅଫତାବ । ଦୁହିଁଙ୍କ ମଧ୍ୟରେ ଧିରେ ଧିରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । କିନ୍ତୁ ଯେତେବେଳେ ଶ୍ରଦ୍ଧାଙ୍କ ବାପା ଏନେଇ ଖବର ପାଇଲେ ସେତେବେଳେ ସେ ଦୁହିଁଙ୍କ ସର୍ମ୍ପକକୁ ସ୍ୱୀକୃତି ଦେଇନଥିଲେ । ସେଥିପାଇଁ ଦୁହେଁ ଦିଲ୍ଲୀ ଚାଲିଆସିଥିଲେ । ସେଠାରେ ଲିଭ୍ ଇନରେ ରହିଥିଲେ ଅଫତାବ ଓ ଶ୍ରଦ୍ଧା । କିନ୍ତୁ ଯେତେେବେଳ ଶ୍ରଦ୍ଧା ତାଙ୍କ ପ୍ରେମିକକୁ ବାହାଘର କଥା କହିଥିଲେ ସେତେବେଳେ ସବୁକିଛି ବଦଳି ଯାଇଥିଲା । ବାହାଘର କଥା ଉଠିଲେ ଅଫତାବ ରାଗି ଯାଉଥିଲେ । ଧିରେ ଧିରେ ଏହି ରାଗ ଏତେ ଭୟଙ୍କର ହୋଇପଡିଲା ଯେ, ଶ୍ରଦ୍ଧାଙ୍କୁ ଜୀବନ ଦେବାକୁ ପଡିଲା । ପ୍ରେମିକାକୁ ମାରିଦେଲେ ପ୍ରେମିକ । ଯାହା ସହ ଜୀବନ ଗଢ଼ିବାର ସ୍ୱପ୍ନ ଦେଖିଥିଲେ ତାକୁ ହିଁ ଜୀବନରୁ ଶେଷ କରିଦେଲେ । ରାଗରେ ତମ୍ମତମ୍ ଅଫତାବ୍ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶ୍ରଦ୍ଧାଙ୍କୁ ପ୍ରହାର କରିଥିଲେ । କେବଳ ତାଙ୍କୁ ମାରି ନ ଥିଲେ ବିଭତ୍ସ ଭାବେ ହତ୍ୟା କରିବା ପରେ ପ୍ରେମିକା ଶରୀରକୁ ଟିକ ଟିକ କରି ୩୫ ଖଣ୍ଡ କରିଥିଲେ । ମାଂସ ଗୁଡିକ ନଷ୍ଟ ନ ହେବା ପାଇଁ ଏକ ସ୍ୱତନ୍ତ୍ର ଫ୍ରିଜ କିଣିଥିଲେ । ଏଥିରେ ମାଂସ ଗୁଡିକୁ ରଖି ଦିଲ୍ଲୀର ବିଭିନ୍ନ ଯାଗାରେ ଏଣେ ତେଣେ ଫିଙ୍ଗିଥିଲେ । ଚଳିତ ମେ ମାସରେ ଘଟିଥିଲା ଏହି ହତ୍ୟା । ସେପଟେ ଶ୍ରଦ୍ଧାଙ୍କ ବାପା ବାରମ୍ବାର ଶ୍ରଦ୍ଧାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସୁଇଚ ଅଫ ଥିବାରୁ କୌଣସି ଉତର ମିଳୁନଥିଲା । ଝିଅ ବିଷୟରେ ଖୋଜ ଖବର ନ ପାଇ ସେ ଚାଲିଆସିଥିଲେ ଦିଲ୍ଲୀ । ସେଠି ଆସି ଦେଖନ୍ତି ତ ଘରେ ତାଲା ପଡିଛି । ସେ ଆଉ ବିଳମ୍ବ ନ କରି ପୁଲିସର ସହାୟତା ନେଇଥିଲେ । ପୁଲିସ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଥିଲା । ଏହା ପରେ ପୁଲିସର ସର୍ଭେଲାନ୍ସ ଏକ୍ସପର୍ଟଙ୍କ ସହାୟତାରେ ଆସାମୀ ଅଫତାବକୁ ଗିରଫ କରିଥିଲା । ସେ ମଧ୍ୟ ଏଭଳି ବିଭତ୍ସ କାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲା । ଏ ଘଟଣା ଆଜିକୁ ୫ ମାସ ବିତିଯାଇଥିବା ବେଳେ, ବର୍ତମାନ ଦୋଷ ସ୍ୱୀକାର କରିଛି ଦୋଷୀ ।

You May Also Like

More From Author

+ There are no comments

Add yours