ଦିଲ୍ଲୀ ଏମସିଡି ନିର୍ବାଚନ, ବିଭିନ୍ନ ସ୍ଥାନରେ ନାମାଙ୍କନ ଜାରି

ଦିଲ୍ଲୀ ଏମସିଡି ନିର୍ବାଚନ, ବିଭିନ୍ନ ସ୍ଥାନରେ ନାମାଙ୍କନ ଜାରି | ବଖ୍ତାବରପୁର ଅଞ୍ଚଳର ୱାର୍ଡନଂ ୫ରେ ଆଶାୟୀଙ୍କ ନାଁ ଭୋଟର ତାଲିକାରୁ ହଟିବା ନେଇ ଉତ୍ତେଜନା |ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି | ଆଶାୟୀ ମଧ୍ୟ ନିଜର ଦାବିଦାରୀକୁ ଜୋରଦାର ଢଙ୍ଗରେ ଉପସ୍ଥାପନା କରୁଛନ୍ତି | ନିଜ ଅଞ୍ଚଳରେ ପ୍ରଚାରକୁ ଜୋରଦାର କରୁଥିବା ବେଳେ ଦିଲ୍ଲୀ ବଖ୍ତାବରପୁର ଅଞ୍ଚଳର ୱାର୍ଡନଂ ୫ରେ ନଗର ନିଗମର ୱାର୍ଡସଭ୍ୟ ପାଇଁ ବିଷମ ପରିସ୍ଥିତି ଦେଖିବାକୁ ମିଳିଥିଲା | ଆଶାୟୀ ବିଭା ଚୌହାନ ଯେତେବେଳେ ନାମାଙ୍କନ ପାଇଁ ଯାଇଥିଲେ ସେତେବେଳେ ଭୋଟର ଲିଷ୍ଟରେ ତାଙ୍କ ନାମ ନଥିବା ଜଣାପଡିଥିଲା | ବିଭା ଅଭିଯୋଗ କରିଥିଲେ ଯେ ୨୦୨୨ ନଭେମ୍ବର ୭ରେ ଯେତେବେଳେ ଭୋଟର ତାଲିକା ପ୍ରକାଶ ପାଇଥିଲା ସେତେବେଳେ ତାଙ୍କ ନାଁ ଭୋଟର ଲିଷ୍ଟରେ ରହିଥିଲା | କିନ୍ତୁ, ନଭେମ୍ବର ୯ ତାରିଖରେ ଯେତେବେଳେ ସେ ନାମାଙ୍କନ ପାଇଁ ଯାଇଥିଲେ ସେତେବେଳେ ତାଙ୍କ ନାଁ ଭୋଟର ତାଲିକାରେ ନଥିଲା | ଏହାର ଏକ ଭି଼ଡିଓ ଭାଇରାଲ ହେଉଛି ଯେଉଁଥିରେ ବିଭା ବିରୋଧ କରୁଛନ୍ତି | ମାତ୍ର ଦୁଇ ଦିନରେ କେଉଁଭଳି ତାଙ୍କ ନାଁକୁ ଭୋଟର ଲିଷ୍ଚରୁ ବାଦ ଦିଆଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି |ଭୋଟର ଲିଷ୍ଟରେ ନାଁ ନଥିବାରୁ ବିଭା ଜିଲ୍ଲାପାଳଙ୍କ ଅଫିସ ଆଗରେ ୨ଘଣ୍ଟା ଧରି ଧାରଣାରେ ବସିଥିଲେ | ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ବିଭା ଏବଂ ତାଙ୍କ ସମର୍ଥକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି | ବିଭା ବାରମ୍ବାର ଅଭିଯୋଗ କରିଛନ୍ତି ତାଙ୍କ କାଗଜପତ୍ର ଠିକ୍ ଥାଇ ସୁଦ୍ଧା ତାଙ୍କୁ ନାମାଙ୍କନ କରିବାକୁ ଦିଆଯାଉ ନାହିଁ ଜ୍ଝ ବିଭା ହେଉଛନ୍ତି ରାଷ୍ଟ୍ରବାଦୀ ଜନଲୋକ ପାର୍ଟିର ଅଧ୍ୟକ୍ଷ ସତ୍ୟପାଲ ସିସୋଦିଆଙ୍କ ବୋହୂ | ଏହାକୁ ନେଇ ସେଠାରେ ରାଜନୀତି ସରଗରମ ରହିଛି | ଗୋଟିଏ ପଟେ ବିଭା ଅଭିଯୋଗ ଆଣୁଛନ୍ତି ଯେ ଜାଣିଶୁଣି ଏଭଳି କରାଯାଉଛି, ସେପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରାଯିବ | ତେବେ ସବୁଠାରୁ ବଡ ପ୍ରଶ୍ନ ଯେ ବିଭାଙ୍କ ନାମ ଭୋଟର ଲିଷ୍ଟରେ ପ୍ରକାଶ ପାଉଛି ନା ନାହିଁ |

You May Also Like

More From Author

+ There are no comments

Add yours