ଜେଲ ଯିବେ କି ରାହୁଲ ଗାନ୍ଧୀ?


ପୁଣି ଚର୍ଚ୍ଚାରେ ରାହୁଲ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଁ ରେ ମାମଲା ରୁଜୁ । ଭାରତ ଯୋଡୋ ଯାତ୍ରା ସମୟରେ କିଛି ରାହୁଲଙ୍କ କିଛି କାରନାମାକୁ ନେଇ ଦିଆଯାଇଛି ଏତଲା । ତେବେ ତାହା କ’ଣ ଥିଲା, ଜାଣି ନିଅନ୍ତୁ । ଭାରତ ଯୋଡୋ ଆନ୍ଦୋଳନ ସମୟରେ ବିନା ଅନୁମତିରେ କନ୍ନଡ ଚଳଚିତ୍ର କେଜିଏଫ୨ର ଗୀତ ବ୍ୟବହାର କରିଥିଲା କଂଗ୍ରେସ । ଯାହକୁ ନେଇ ଏମଆରଟି ମ୍ୟୁଜିକ ଲେବଲ ଦ୍ୱାରା ଅଭିଯୋଗ ହୋଇଥିଲା । ଏନେଇ ବେଙ୍ଗାଲୁରୁ ପୁଲିସ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଅନ୍ୟ ୩ ଜଣ ନେତାଙ୍କୁ ବିରୋଧରେ ଏତଲା ଦିଆଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଭାରତ ଯୋଡୋ ଯାତ୍ରାରେ ଗୀତର ବ୍ୟବହାର କରାଯାଇଥଇଲା ଯାହା କପି ରାଇଟ୍ସ ଆଇନକୁ ଉଲଙ୍ଘନ କରାଯାଇଛି ବୋଲି କୁହାଯାଉଛି । ବିନା ଅନୁମତିରେ ଗୀତ ସହ ଦୁଇଟି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହା କେବଳ କେଳବ କପି ରାଇଟ ଆକ୍ଟ ନୁହେଁ, ବରଂ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ଏବଂ ଇଣ୍ଡିଆନ ପେନାଲଟିକୋଡରେ ଥିବା ବ୍ୟବସ୍ଥାକୁ ମଧ୍ୟ ହାନି ପହଂଚାଇଛି ।

ଯେଉଁଥିପାଇଁ ଏହି ନିୟମ ଅନୁସାରେ ରାହୁଲ ଓ ଅନ୍ୟ କଂଗ୍ରେସ ନେତାମାନଙ୍କ ବିରୋଧରେ ଯଶବନ୍ତ ଥାନାରେ ଏମଟିଆର ମ୍ୟୁଜିକ ପରିଚାଳନା କରୁଥିବା ଏମ ନବୀନ କୁମାର ଅଭିଯୋଗ କରିଥିଲେ । ଏଥିରେ କପି ରାଇଟ ଆକ୍ଟ ୬୩ ଆଧାରରେ ଏହା ଏକ ଅପରାଧ । ଇଲୋକ୍ଟ୍ରାନିକ୍ ରେକର୍ଡକୁ ପ୍ରକୃତ ଭାବେ ଉପସ୍ଥାପନ କରିବା ଦ୍ୱାରାଳଲୋକଙ୍କୁ ଧୋକା ଦିଆଯାଉଛି ବୋଲି ଅଭିଯୋଗକାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ କପିରାଇଟ ସାମଗ୍ରୀ ବେଆଇନ ଭାବେ ଗଚ୍ଚିତ୍ ହୋଇଛି । ନା କେବଳ ଗଚ୍ଛିତ ହୋଇଛି ତାହା ନୁହେଁ, ବେଆଇନ ଭାବେ ଏହାକୁ ହୋଷ୍ଟ, ଡାଉନଲୋଡ, ସାଇଡଲୋଡ, ଅପଲୋଡ ମଧ୍ୟ କରାଯାଇଛି । ଏହା ସହ ଏହି ଆକ୍ଟ ଅନୁସାରେ ୧୯୫୭ ଅନୁଯାୟୀ, ସାଉଣ୍ଡ ରେକର୍ଡିଂ ଓ ଅଡିଓ ଭିଜୁଆଲ ବିଷୟ ବସ୍ତୁର ମଧ୍ୟ କପି କରାଯାଇଛି ବୋଲି କହିଛନ୍ତି ଏମଟିଆର ମ୍ୟୁଜିକର ପରିଚାଳକ । ଅନ୍ୟପକ୍ଷେ ଏହାକୁ କେନ୍ଦ୍ର କରି କଂଗ୍ରେସକୁ ନିଶାଣା ସାଧିଛଇ ବିଜେପି । କଂଗ୍ରେସକୁ କଟାକ୍ଷ କରାଯାଇଛି । ଭାରତ ଯୋଡୋ ପାଇଁ ରାହୁଲ ବାହିନୀ କମ୍ପାନୀର ବିନା ଅନୁମତିରେ ଫିଲ୍ମରୁ ସଙ୍ଗୀତ ଉଠାଇ ଆଣି ଏଠାରେ ପେଷ୍ଟ କରାଯାଇଛି । ଯାହାକୁ ନେଇ ଏବେ ଚାଲିଛି ତୁମ୍ବିତୋଫାନ । କଂଗ୍ରେସର ତଥା କଂଗ୍ରେସ ନେତାମାନଙ୍କ ବିରୋଧରେ ଆସିଥିବା ଏଫଆଇଆର ପରେ ବିଜେପି ନେତା ଅମିତ ମାଲଭୀୟଙ୍କ କଥା ନିଆଁରେ ଘିଅ ଢାଳିବା ପରି କାମ କରୁଛି ।

You May Also Like

More From Author

+ There are no comments

Add yours