ସାପ କାମୁଡିବାରୁ ପ୍ରତିଶୋଧ ନେଲା ୮ ବର୍ଷର ବାଳକ

ସାଧାରଣରେ ସାପ ଦେଖିଲେ ସମସ୍ତଙ୍କୁ ଭୟ ଲାଗିଥାଏ । ସାପ କାମୁଡାରେ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ହେଲେ ମଣିଷ କାମୁଡାରେ ସାପର ମୃତ୍ୟୁ ! ଶୁଣିବାକୁ ଅଜବ ଲାଗୁଥିଲେ ବି କଥା ଟି ସତ । ଏମିତି ଏକ ଘଟଣା ଘଟିଛି ଛତିଶଗଡ ଯଶପୁର ଜିଲ୍ଲା ଅନ୍ତର୍ଗତ ପନ୍ଦରପଦ ଗ୍ରାମରେ । ଗାଁର ୮ ବର୍ଷୀୟ ଜଣେ ବାଳକ ଗୋଟିଏ ଗୋଖରକୁ କାମୁଡି ମାରି ପକାଇଛି । ଏହି ଘଟଣା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି । ସୂଚନା ଅନୁସାରେ ପନ୍ଦରପଦ ଗ୍ରାମର ଦୀପକ ନାମକ ୮ ବର୍ଷିୟ ବାଳକ ଘରପଛ ବାରିପଟେ ଖେଳୁଥିଲେ । ସେହି ସମୟରେ ବିଷାକ୍ତ ଗୋଖରଟି ତା ହାତକୁ କାମୁଡିବା ପରେ ହାତରେ ଗୁଡାଇ ହୋଇ ରହି ଯାଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ସାପଟିକୁ ହାତରୁ ବାହାରି କରି ପାରିନଥିଲା ୮ ବର୍ଷୀୟ ଯୁବକ । ବହୁ ସମୟ ଧରି ସାପ ପାଖରୁ ପିଛା ଛଡାଇବାର ଉଦ୍ୟମ କରିଥିଲା କୁନି ପୁଅଟି । କିଛି ଉପାୟ ନ ପାଇ ଦୀପକ ସାପଟିକୁ ଦୁଇଥର ଯୋରରେ କାମୁଡି ପକାଇଥିଲା । ଫଳରେ ଗୋଖର ସାପଟି ଦୁଇ ଗର ହୋଇ ପଡିତିଲା । ଏବଂ ସାପର ମୃତ୍ୟୁ ହୋଇଯାଇଥିଲା । ଦୀପକଙ୍କ ଘରଲୋକ ଏକଥା ଜାଣିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । ବ୍ଳକ ଚିକିତ୍ସା ଅଧିକାରୀ ଡାକ୍ତର ଜେମ୍ସ ମିଞ୍ଜଙ୍କ ତତ୍ୱାବଧାନରେ ସେଠାରେ ଦୀପକଙ୍କୁ ବିଷନାଶକ ଇଞ୍ଜେକସନ ଦିଆଯାଇଥିଲା । ଏହା ସହ ତାଙ୍କ ଉପରେ ପୂରାଦିନ ନଜର ରଖା ଯାଇଥିଲା । କିନ୍ତୁ ଦୀପକଙ୍କ ଦେହରେ ସର୍ପ ଦଂଶନଜନିତ କୌଣସି ପ୍ରତିକ୍ରିୟା ଘଟିନଥିଲା । ବରଂ ସେ ଶୀଘ୍ର ସୁସ୍ଥ ହୋଇଯାଇଥିଲେ । ଡ଼ାକ୍ତର ମଧ୍ୟ ଜଲଦି ଘରକୁ ସ୍ଥାନାନ୍ତର କରିଦେଇଥିଲେ । ସର୍ପ ବିଶେଷଜ୍ଞଙ୍କ ମତରେ ଦୀପକକୁ ଦଂଶିଥିବା ସାପର ସେତେବେଳେ ବିଷ ନଥିଲା । ଏଭଳି ସେତେବେଳେ ହୋଇଥାଏ ଯେତେବେଳେ କୌଣସି ବିଷଧର ସର୍ପ କାହାକୁ ଦଂଶିବା ପୂର୍ବରୁ ଯଦି ଅନ୍ୟ ଜଣକୁ ଦଂଶିଥାଏ, ସେତେବେଳେ ତା ଥଳିରୁ ବିଶ ଶେଷ ହୋଇଯାଇଥାଏ । ପୁଣି ନୂଆ ବିଷ ହେବାକୁ ସମୟ ଲାଗିଥାଏ ।ଏଭଳି ଡ୍ରାଏ ବାଇଟ ଯନ୍ତ୍ରଣାଦାୟକ ହୋଇଥାଏ । ଦଂଶନ ସ୍ଥାନ ଚାରିପଟେ ସାମାନ୍ୟ ଲକ୍ଷଣ ଛଡା ବିଶେଷ କିଛି କ୍ଷତି ହୋଇନଥାଏ ବୋଲି ସର୍ପ ବିଶେଷଜ୍ଞ କାସିର ହୁସେନ କହିଛନ୍ତି ।


You May Also Like

More From Author

+ There are no comments

Add yours