”ପୂର୍ବ ଭାରତର ସିମେଣ୍ଟ ଗବେଷଣା ପାଇଁ ମାଇଲଖୁଣ୍ଟ”

ଭୁବନେଶ୍ୱର: ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ସିମେଣ୍ଟ ଶିଳ୍ପ ଓ ଭବନ ସାମଗ୍ରୀର ଗବେଷଣା ସହ ଶିକ୍ଷା ବିକାଶ ଦିଗରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମତବ୍ୟକ୍ତ କରିଛନ୍ତି l
ଆଜି ମଞ୍ଚେଶ୍ୱର୍ ସ୍ଥିତ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ନୂତନ ଗବେଷଣା ଓ ପରୀକ୍ଷାଗାର ଭିତ୍ତି ପ୍ରସ୍ତର ସ୍ଥାପନ ଅବସର ରେ ମୁଖ୍ୟ ସଚିବ ଓଡ଼ିଶା ର ବିଭିନ୍ନ ଶିଳ୍ପ ର ବଜ୍ୟବସ୍ତୁ ର ବ୍ୟବହାର ଓ କୋଠାବାଡ଼ି ରାସ୍ତାଘାଟ ନିର୍ମାଣ ରେ ମାନ ଯାଞ୍ଚ ଦିଗରେ ଏହି ସଂସ୍ଥାନ ଓଡ଼ିଶାର ବିକାଶ ରେ ସହାୟକ ହୋଇପାରିବ ବୋଲି କହିଥିଲେ l

ଏହି କାର୍ଯ୍ୟକ୍ରମ ରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ମହାନିର୍ଦେଶକ ଡକ୍ଟର ବିବେକାନନ୍ଦ ମହାପାତ୍ର ଯୋଗଦେଇ ପୂର୍ବ ଭାରତର ଗବେଷଣା ସହ ଶିକ୍ଷା ବିକାଶ ଦିଗରେ ସଫଳତା ହାସଲ କରାଯାଇପାରିବ ବୋଲି କହିଥିଲେ l
ସିମେଣ୍ଟ,ଆଲୁମିନିୟମ ଶିଳ୍ପ ନୂତନ ଗବେଷଣା ସହ ପରିବେଶ ସୁରକ୍ଷା ଦିଗରେ ଏହି ପରୀକ୍ଷାଗାରକୁ ବିନିଯୋଗ କରାଯିବ l
ଓଡ଼ିଶାର ବିଭିନ୍ନ ବିଶ୍ଵ ବିଦ୍ୟାଳୟ ରେ ଅଧ୍ୟୟନରତ ବିଦ୍ୟାର୍ଥୀ ଙ୍କ କ୍ୟାରିୟର ସୁଯୋଗ ଦିଗରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ଏନସି ବି ର ସଚିବ ଏସ କେ ଚତୁର୍ବେଦି ଏନ ସି ବି ର କାର୍ଯ୍ୟକ୍ରମ ସମ୍ପର୍କ ରେ କହିଥିବାବେଳେ ଭୁବନେଶ୍ଵର ୟୁନିଟ ମୁଖ୍ୟ ଏମ ରଙ୍ଗାରାଓ ଧନ୍ୟବାଦ ଅର୍ପଣ କରିଥିଲେ l

You May Also Like

More From Author

+ There are no comments

Add yours