ରାଜଧାନୀରେ ଲେଡି ବାଇକର୍ସଙ୍କ କ୍ୟାନସର ସଚେତନତା

ଦିନକୁ ଦିନ କ୍ୟାନ୍ସରର ଭୟାବହ ପରିସ୍ଥିତିକୁ ଦେଖି ଦେଖି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସଚେତନତା ବାଇକ ରାଇଡ କାର୍ଯ୍ୟକ୍ରମ । ବିଗ୍ କପ୍ କାଫେ ଓ ଭୁବନେଶ୍ୱର ଆୱାକେନ କ୍ୟାନ୍ସର କେୟାର ଟ୍ରଷ୍ଟ ମିଳିତ ଭାବେ ଭୁବନେଶ୍ୱର ସୁପର ବାଇକର୍ସ କ୍ଲବ ସହଯୋଗରେ ଏହି ବାଇକ୍ ରାଇଡ୍ ଆୟୋଜନ କରିଥିଲା । ଏହି ସଚେତନତାର ଥିମ ଫ୍ରିଡମ ଫ୍ରମ ବ୍ରେଷ୍ଟ କ୍ୟାନସର ରହିଥିଲା । ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଓ ଚିକିତ୍ସା ସମ୍ପର୍କରେ ଜଣାଇବା ଥିଲା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଚେତନତା ବାଇକ ରାଇଡ କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ସହଯୋଗୀ ଭାବରେ କାର୍ସିନୋଭା କର୍କଟ ହସ୍ପିଟାଲ  ସାମିଲ ହୋଇଥିଲା ।
୨୩ ଅକ୍ଟୋବର , ଆଜି ସକାଳୁ ସ୍ୟାଣ୍ଡି ଟାୱାରରୁ ବାଇକ ରାଇଡ ଆରମ୍ଭ ହୋଇ ବିଗ୍ କପ୍ କାଫେ, ଏନଏଚ-୧୬, ପାହଳରେ  ଶେଷ ହୋଇଥିଲା । ବାଇକ୍ ରାଇଡରେ ଲେଡି ବାଇକର୍ସ ମାନେ ମଧ୍ୟ ସାମିଲ ହୋଇଥିଲେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ସଚେତନତା ବାଇକ ରାଇଡରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ  । ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଦିନକୁ କ୍ୟାନସର କାୟା ବିସ୍ତାର କରୁଛି । ଏଭଳି ପରିସ୍ଥିତିରେ ବ୍ୟାପକ ଜନ ସଚେତନତା ଜରୁରୀ ବୋଲି କହିଛନ୍ତି  ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅନ୍ୟପଟେ ବ୍ରେଷ୍ଟ କ୍ୟାନସର ସଚେତନତା ଅବସରରେ ଆୟୋଜିତ ବାଇକ ରାଇଡରେ ଅନେକ ଯୋଗଦେଇ ସଚେତନତା କାର୍ଯକ୍ରମରେ ନିଜକୁ ସାମିଲ କରିଥିଲେ ।



You May Also Like

More From Author

+ There are no comments

Add yours