ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର


ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି ବହୁତ ସୁନ୍ଦର ଫିଚର୍ସ । ଯଦି ଆପଣ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ଜାଣି ନିଅନ୍ତୁ ଏହାର ଡିଟେଲ ଫିଚର୍ସ । ଏହି ଇଲେକ୍ଟ୍ରିକ ସ୍କୁଟରରେ ୬୦ଭି, ୩୫ଏଏଚ ଲିଥିୟମ ବ୍ୟାଟେରୀ । ଏଥିସହିତ ୨୫୦ ଓ୍ଵାଟ୍‌ ବିଏଲ୍‌ଡିସି ମୋଟର ସଂଯୁକ୍ତ ରହିଛି । ଏହି ବ୍ୟାଟେରୀ ଉପରେ କମ୍ପାନି ୧ ବର୍ଷର ଓ୍ଵାରେଣ୍ଟି ଦେଉଛି । ଏହି ବ୍ୟାଟେରୀ ଫୁଲ ଚାର୍ଜ ପାଇଁ ୪ ଘଣ୍ଟା ସମୟ ନେଇଥାଏ ।

ଗୋଟିଏ ଥର ଫୁଲ ଚାର୍ଜ ହେଲେ ୧୧୦ କିଲୋମିଟର ବାଟ ଯାଇ ପାରିବ । ଏହି ସ୍କୁଟର ପ୍ରତି ଘଣ୍ଟାରେ ଟପ୍‌ ସ୍ପିଡରେ ୨୪ କିଲୋମିଟର ଯାଏ ଯାଇପାରିବ । ଏହି ସ୍କୁଟର ଫ୍ରଣ୍ଟ ହ୍ଵିଲ ଓ ରିୟର ହ୍ଵିଲ୍‌ ରେ ଡିସ୍କ ବ୍ରେକ୍‌ ଲଗାଯାଇଛି । ଏହା ସହ ଆଲୟ ହ୍ଵିଲ ଓ ଟ୍ୟୁବଲେସ ଟାୟାର ମଧ୍ୟ ଦିଆଯାଇଛି ।

ଏଥିରେ ଡିଜିଟାଲ ଇନ୍‌ଷ୍ଟମେଣ୍ଟ କନସୋଲ, ଡିଜିଟାଲ ସ୍ପିଡୋମିଟର, ଡିଜିଟାଲ ଟ୍ରିପ୍‌ ମିଟର, ରିମୋର୍ଟ ଷ୍ଟାର୍ଟ, ଜିୟୋ ଫ୍ରେସିଙ୍ଗ,ଆଣ୍ଟି ଥେପ୍ଟ ଆଲାର୍ମ,ଲାଇଭ ଟ୍ରାକିଂ, ଚାର୍ଜିଂ ପଏଣ୍ଟ,ଫାଷ୍ଟ ଚାର୍ଜିଂ, ମୋବାଇଲ ଏପ୍ଲିକେସନ, ଏଲଇଡି ହେଡ ଲାଇଟ, ଏଲଇଡି ଟେଲ ଲାଇଟ, ଏଲଇଡି ଟେଲ ଲାଇଟ ଓ ଟର୍ଣ୍ଣ ସିଗନାଲ ଲ୍ୟାମ୍ପ ଭଳି ଫିଚର୍ସ ଦିଆଯାଇଛି ।

You May Also Like

More From Author

+ There are no comments

Add yours