ଚୌଦ୍ୱାର ଓଟିଏମ ସ୍କୁଲରେ କୁଇଜ ପ୍ରତିଯୋଗିତା


ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲର କାୟା କଳ୍ପ ପକ୍ଷରୁ ଅମୃତ ମହୋତ୍ସବ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ସ୍କୁଲର ବରିଷ୍ଠ ଶିକ୍ଷକ ଜିତେନ୍ ରାଉତ। ନାଲକୋର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁରେନ୍ଦ୍ର କହଁର ଓ ଶିକ୍ଷାବିତ୍ ପ୍ରମୋଦ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ଡିଏସପି ରାଜକିଶୋର ସ୍ବାଇଁ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଶିକ୍ଷା ତଥା ସାମାଜିକ ମୂଲ୍ଯବୋଧ ଶିକ୍ଷା ଉପରେ ଅଭିଭାଷଣ ଦେଇଥିଲେ। ତ୍ରିଲୋଚନ ଦାସ କୁଇଜ ପରିଚାଳନା କରିଥିଲେ । ଏଥିରେ ଶିକ୍ଷୟତ୍ରୀ ସମାପ୍ତ ଦାସ ସ୍କୋରର ଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଶେଫାଳୀ ସ୍ନିଗ୍ଧା ସ୍ମୃତିରେ ପୁରସ୍କାର ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ମାମା ସାହୁ, ଶୁଭନନ୍ଦିନୀ ଦାଶ ଓ ସ୍ବାତୀ ପ୍ରିୟଦର୍ଶୀ ଦାସ ଶ୍ରେଷ୍ଠ ପ୍ରତିଯୋଗୀ ହୋଇଥିଲେ। ଶିକ୍ଷୟତ୍ରୀ ହେମଲତା ବିଶୋଇ, ଶିକ୍ଷକ ବିଜୟ କୁମାର ମହାନ୍ତି, ମୃତ୍ଯୁଞ୍ଜୟ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୳କ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ପୁଣ୍ଯତୋୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

You May Also Like

More From Author

+ There are no comments

Add yours