Thu. Oct 15th, 2026

କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଛି ତ ଆଉ କେଉଁଠି ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ କାହିଁ କେତେ ଲୋକ ମାନଙ୍କର ଜୀବନ ଯାଇଛି । ତେବେ ଜନସଂଖ୍ୟା ସଙ୍କଟକୁ ଦୂର କରିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ ଘୋଷଣା କରିଛନ୍ତି । ଦେଶରେ ମହିଳାମାନେ ୧୦ଟି ଛୁଆ ଜନ୍ମ କରିବା ସହ ଲାଳନପାଳନ କରି ତାଙ୍କୁ ବଞ୍ଚାଇବାଲେ ମିଳିବ ଲକ୍ଷାଧିକ ଅର୍ଥ ରାଶି।

ଏଥିପାଇଁ ମହିଳା ମାନଙ୍କୁ ଭାରତୀୟ ମୁଦ୍ରା ହିସାବରେ ୧୦ଲକ୍ଷ ୯୧ ହଜାର ୯୯୦.୭ ମିଳିବ । ପୁଟିନଙ୍କ ଏହି ଘୋଷଣା ଉପରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଜନସଂଖ୍ୟା ହ୍ରାସ ପାଇବା ପରେ ପୁଟିନ ଏହି ଘୋଷଣା କରିଥିବା ଋଷର ରାଜନୀତି ତଥା ସୁରକ୍ଷା ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ଠାରୁ ଋଷ ସର୍ବାଧିକ ଦୈନିକ କରୋନା ଭାଇରସ୍ ରିପୋର୍ଟ ପ୍ରଦାନ କରିବା ପରେ ଏହି ବିକାଶ ଘଟିଛି, ଯେତେବେଳେ କି ୟୁକ୍ରେନରେ ପାଖ ପାଖି କେତେ ୫୦,୦୦୦ ଲୋକଙ୍କ ମୃତୁ ମୃତ୍ୟୁ ଘଟିଛି । ଏହା ସହ ପୁଟିନ କହିଛନ୍ତି ଯେ, ଯେଉଁମାନଙ୍କର ବଡ଼ ପରିବାର ଅଛନ୍ତି ସେମାନେ ଅଧିକ ଦେଶପ୍ରେମୀ।

ଯେଉଁ ମହିଳାମାନଙ୍କର ଦଶ କିମ୍ବା ଅଧିକ ସନ୍ତାନ ଅଛନ୍ତି, ସେମାନଙ୍କ ପାଇଁ ଏକ ସୋଭିଏତ୍ ଯୁଗର ପୁରସ୍କାର ସ୍ୱରୂପ ମଦର ହିରୋଇନ୍ ଭାବେ ସମ୍ମାନିତ କରାଯିବ। ଋଷର ଜନସଂଖ୍ୟା ସଙ୍କଟକୁ ଫେରାଇ ଆଣିବା ପାଇଁ ଏହା ଏକ ପ୍ରୟାସ, ଯାହା ୟୁକ୍ରେନ ଯୁଦ୍ଧ ଦ୍ୱାରା ଗଭୀର ପ୍ରଭାବିତ ହୋଇଛି।

ୟୁକ୍ରେନରେ ହୋଇଥିବା ଯୁଦ୍ଧ ବ୍ୟତୀତ କୋଭିଡ ମହାମାରୀ ପ୍ରକୃତରେ ଋଷିଆର ଜନସଂଖ୍ୟାକୁ ଯଥେଷ୍ଟ ପଛରେ ପକାଇ ଦେଇଛି। ଏହା ନିଶ୍ଚିତ ଭାବରେ ଋଷୀୟ ମହିଳାମାନଙ୍କୁ ଉତ୍ସାହିତ କରିବା କିମ୍ବା ସେମାନଙ୍କୁ ପ୍ରେରଣା ଦେବା, ଅଧିକ ଶିଶୁ ଜନ୍ମ କରିବା ଏବଂ ପ୍ରକୃତରେ ବଡ ପରିବାର ହେବା ପାଇଁ ଏକ ପ୍ରୟାସ।

Leave a Reply

Your email address will not be published. Required fields are marked *