Thu. Oct 15th, 2026

ତୈଳ ଦରରୁ ମୁକ୍ତି ପାଇବା ପାଇଁ ଆସିଛି ନୂଆ ବିକଳ୍ପ। ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ଇଲେକ୍ଟ୍ରିକ୍‌ ପରେ ଏବେ ମାର୍କେଟ୍‌କୁ ଆସିବାରେ ଲାଗିଛି ଫ୍ଲାଇଂ କାର। ଏହାର ନାଁ ପରି ଏହି କାର ଆକାଶରେ ଉଡ଼ିବା ସହ ରୋଡରେ ମଧ୍ୟ ଚାଲିପାରିବ। ଆମେରିକୀୟ ବଜାରରେ ଆସିଛି ସୁଇଚ୍‌ବ୍ଲେଡ୍‌ ପ୍ରଥମ ଫ୍ଲାଇଂ କାର। ବର୍ତ୍ତମାନ ସୁଦ୍ଧା ଏହି କାରକୁ ପାଖାପାଖି ୨ହଜାର ଲୋକେ ବୁକ୍‌ କରି ସାରିଛନ୍ତି । ଏହି କାରକୁ ତିଆରି କରିବାରେ ସାମସନ୍‌ ସ୍କାଏକୁ ୧୪ ବର୍ଷର ସମୟ ଲାଗିଛି । ଏତେ ବର୍ଷ ଯାଏ ଡିଜାଇନ୍‌, ଆରଆଣ୍ଡଡି ଓ ଫଣ୍ଡ ରେଜିଂ ଉପରେ କାମ କରିବା ପରେ ଏହି ପ୍ରଥମ ଫ୍ଲାଇଂ କାର ହାଇ ସ୍ପିଡ୍‌ ଟାକ୍ସି ଟେଷ୍ଟିଂକୁ ପୂରା କରିଛି । ଫ୍ଲାଇଁ କାରକୁ ୮୭ ଏମ୍‌ପିଏଚ୍‌ର ଗତିରେ ଉଡ଼ାଣ ସହ ହିଁ ବ୍ରେକ୍‌ ଟେଷ୍ଟିଂ ମଧ୍ୟ ହୋଇଛି । ଏହାକୁ ଏକ କାର ଓ ଏକ ପ୍ଲେନ୍‌ ଉଭୟ ବି କହିପାରିବେ ।

ଆମେରିକୀୟ ବଜାରରେ ଏହି ଗାଡ଼ିକୁ ୩ ଚକିଆ ମୋଟରସାଇକେଲ ଲିଷ୍ଟରେ ରଖାଯାଇଛି । ଏହି କାରରେ ଜଣେ ପାଇଲଟ ଓ ଜଣେ ପାସେଞ୍ଜର ପାଇଁ ସିଟ ରହିଛି । ଏହି ଉଡ଼ନ୍ତା କାରର ଦାମ୍‌ ୧.୭ ଲକ୍ଷ ଡ଼ଲାର (ପାଖାପାଖି ୧.୩୫ କୋଟି ଟଙ୍କା) ରହିଛି ।

Leave a Reply

Your email address will not be published. Required fields are marked *